ଆଜି ବିଶ୍ବ ଓଜୋନ୍‌ ଦିବସ

୧୯୯୪ ମସିହା ଡିସେମ୍ବର ୧୯ରେ ଜାତିସଂଘ ପ୍ରଥମ ଥର ‘ବିଶ୍ବ ଓଜୋନ୍ ଦିବସ’ ପାଳନ କରିବାକୁ ଘୋଷଣା କଲା। ଏହି ଘୋଷଣା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ତାରିଖକୁ ବିଶ୍ବ ଓଜୋନ୍ ଦିବସ ଭାବେ ପାଳିତ ହୋଇଆସୁଛି। ଓଜୋନ୍ ସ୍ତରର ଗୁରୁତ୍ବ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ପୃଥିବୀପୃଷ୍ଠରେ ଓଜୋନ୍ ସ୍ତର ବିନା ଜୀବସତ୍ତା ଅସମ୍ଭବ। ଓଜନସ୍ତର କ୍ଷୟ ହେବାରେ ମଧ୍ୟ ଲାଗିଛି। ଏହା ପଛରେ ମୁଖ୍ୟ କାରଣ ହେଉଛି ଶିଳ୍ପାୟନ ଓ ଆଧୁନିକୀକରଣ। ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ୍ କାରଣରୁ ଓଜୋନ୍‌ ସ୍ତର କ୍ଷୟ ହେଉଛି। ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି କାରଣରୁ ଚର୍ମ ରୋଗ ହେବା ଆଶଙ୍କା ସବୁଠୁ ଅଧିକ। ଆମ ସମସ୍ତଙ୍କୁ ସେହି ରଶ୍ମି କୁପ୍ରଭାବରୁ ଓଜୋନ୍ ସ୍ତର ରକ୍ଷା କରୁଛି।

Comments are closed.