www.samajalive.in
Sunday, December 7, 2025
16.1 C
Bhubaneswar

ଦୁନିଆର ପ୍ରଥମ ସୁନା ହୋଟେଲ ; ଜାଣନ୍ତୁ ଗୋଟିଏ ରାତି ରହିବାର ଭଡ଼ା

ଦୁନିଆର ପ୍ରଥମ ସୁନାର ହୋଟେଲ ଭିଏତନାମର ରାଜଧାନୀ ହନୋଈରେ ତିଆରି ହୋଇଛି।ଏଠାକାର ଦରଜା,କପ, ଟେବୁଲ, ଝରକା, ନଳ, ସ୍ନାନକକ୍ଷ, ଭୋଜନ ପାଇଁ ବ୍ୟବହୃତ ବାସନ ସବୁକିଛି ସୁନାର। ଜୁଲାଇ ୨ରେ ଅର୍ଥାତ ଗୁରୁବାର ଏହି ହୋଟେଲର ଶୁଭାରମ୍ଭ ହୋଇଛି।
ଏହି ହୋଟେଲର ନାମ ଡ଼ୋଲସେ ହନୋଈ ଗୋଲ୍ଡେନ ଲେକ ( Dolce Hanoi Golden Lake)। ଏହି ହୋଟେଲର ମୁଖ୍ୟଦରଜ ଠାରୁ ନେଇ କଫି କପ ସବୁକିଛି ସୁନାର। ଏହା ଏକ ଫାଇବ୍ ଷ୍ଟାର ହୋଟେଲ ଯାହା ୨୫ ମହାଲାର ଅଟେ। ଏହି ହୋଟେଲରେ ୪୦୦ କକ୍ଷ ରହିଛି। ହୋଟେଲର ବାହାର ଦରଜାରେ ପ୍ରାୟ ୫୪ ହଜାର ବର୍ଗ ଫୁଟ ( ଗୋଲ୍ଡ ପ୍ଲେଟେଡ଼)ର ଅର୍ଥାତ ସୁନା ଆସ୍ତରଣର ଟାଇଲ୍ସ ବ୍ୟବହାର ହୋଇଛି।
ହୋଟେଲର କର୍ମଚାରୀଙ୍କ ପୋଷାକ ଲାଲ ଓ ସୁନେଲି ରଙ୍ଗର। ହୋଟେଲରେ ଆସବାବପତ୍ର ଓ ସାଜସଜ୍ଜାରେ ମଧ୍ୟ ସୁନାର କାରିଗରୀ ବ୍ୟବହାର ହୋଇଛି।ଯେପରି ସମ୍ପୂର୍ଣ୍ଣ ହୋଟେଲଟି ସୁନାର ବୋଲି ଜଣାପଡ଼ିବ।
ସ୍ନାନ କକ୍ଷରେ ମଧ୍ୟ ସେଭଳି ବାଥ ଟବ୍ , ସିଙ୍କ, ଶାୱାର ମଧ୍ୟ ସୁନାର।
ଶୟନ କକ୍ଷରେ ଫର୍ନିଚର ଓ ସାଜସଜ୍ଜା ଜିନିଷ ମଧ୍ୟ ସୁନା ଆସ୍ତରଣ ( ଗୋଲ୍ଡ ପ୍ଲେଟେଡ଼)ର ।
ଛାତରେ ସୁମିଙ୍ଗ ପୁଲର ବ୍ୟବସ୍ଥା ହୋଇଥିବା ବେଳେ ଏଠାରୁ ହନୋଈ ସହରର ସୌନ୍ଦର୍ଯ୍ୟ ଦେଖାଦେଇଥାଏ। ଛାତର କାନ୍ଥ ଗୁଡ଼ିକ ମଧ୍ୟ ( ଗୋଲ୍ଡ ପ୍ଲେଟେଡ଼)ଇଟାର ବ୍ୟବହାର ହୋଇଛି ।
ପ୍ରଥମ ଦିନ ହିଁ ଅତିଥିମାନେ ନିଜର ରୁଚି ପ୍ରଦର୍ଶନ କରିଛନ୍ତି। ସୁନାର ଆସ୍ତରଣ କାନ୍ଥରେ ଲୋକେ ଆନନ୍ଦର ସହ ଫଟୋ ଉଠାଉଛନ୍ତି।
ଏହି ହୋଟେଲର ନିର୍ମାଣ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ହୋଟେଲର ଉପରି ଭାଗରେ ଘର ମଧ୍ୟ ହୋଇଛି, ଯାହାର ଆବଶ୍ୟକ ସେ ନିଜ ପାଇଁ ନେଇପାରିବେ।
ଏହି ହୋଟେଲକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ଦାମୀ ହୋଟେଲର ଆଖ୍ୟା ଦିଆଯାଇଛି।
ଏପରି କୁହାଯାଏ, ସୁନା ମାନସିକ ଦୁଶ୍ଚିତାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହି କାରଣରୁ ଏହି ହୋଟେଲ ତିଆରି କରିବାରେ ଏତେ ପରିମାଣରେ ସୁନାର ବ୍ୟବହାର ହୋଇଛି। ଏଠାରେ ୬ ପ୍ରକାରର କକ୍ଷ ରହିଛି।
ଡ଼ବଲ ବେଡ଼ରୁମରେ ଏକ ରାତି ପାଇଁ ଭଡ଼ା ପ୍ରାୟ ୭୫ ହଜାର। ଏହାସହ ଅନ୍ୟ କକ୍ଷମାନଙ୍କ ଭଡ଼ା ପାଖାପାଖି ୨୦ ହଜାରରୁ ଆରମ୍ଭ ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories