www.samajalive.in
Monday, December 8, 2025
24.1 C
Bhubaneswar

ବେଦ ଉପନିଷଦ ବର୍ଣ୍ଣିତ କଳ୍ପବୃକ୍ଷ ହିଁ ନାରିକେଳ ଗଛ, ଯାହାର ସମ୍ପୂର୍ଣ୍ଣ ଆୟୁକାଳ ୧୨୦ ବର୍ଷ

ଭୁବନେଶ୍ବର: ବୈଦିକ କାଳରୁ ନାରିକେଳ ଅଥବା ନଡ଼ିଆ ରହିଆସିଛି ଏକ ପୂଜାସ୍ପଦ ଫଳ ରୂପରେ। ଶ୍ରୀଫଳ ନାମରେ ପୂଜିତ ଏହି ସର୍ବଶ୍ରେଷ୍ଠ ପବିତ୍ର ଫଳ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ। ଏହାପୁଣି ମାତା ମହାଲଷ୍ମୀଙ୍କ ଶ୍ରୀଯୁକ୍ତ । ନାରିକେଳ ତ୍ରିଚକ୍ଷ୍ୟୁ ଯୁକ୍ତ ହୋଇଥିବାର ତ୍ରିଲୋଚନ ଶିବଙ୍କ ପ୍ରତିଭୂ ରୂପରେ ବିଦ୍ୟମାନ। ପ୍ରତି ସଂକଳ୍ପର ସାକ୍ଷୀ ଭଗବାନ ଶଙ୍କର। ତେଣୁ ତ୍ରିଲୋଚନ ଯୁକ୍ତ ନାରିକେଳ ଟେକି ଭଗବାନ ଶଙ୍କରଙ୍କୁ ସାକ୍ଷୀ ରଖି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରାଯାଏ। ବେଦ ଉପନିଷଦ ବର୍ଣ୍ଣିତ କଳ୍ପବୃକ୍ଷ ହିଁ ନାରିକେଳ ଗଛ, ଯାହାର ସମ୍ପୂର୍ଣ୍ଣ ଆୟୁକାଳ ୧୨୦ ବର୍ଷ।ପ୍ରାଚୀନ ବର୍ଣ୍ଣନା ଅନୁଯାୟୀ ମନୁଷ୍ୟର ଆୟୁ ହେଉଛି ୧୨୦ ବର୍ଷ। ନବଗ୍ରହଙ୍କ ସମ୍ପୂର୍ଣ୍ଣ ମହାଦଶା ଭୋଗର କାଳ ହେଉଛି ୧୨୦ ବର୍ଷ। ଅର୍ଥାତ ୧୨୦ ବର୍ଷ ମଧ୍ୟରେ ମନୁଷ୍ୟ ସମସ୍ତ ନବଗ୍ରହଙ୍କ ମହାଦଶା ଭୋଗିବାକୁ  ପଡ଼ିଥାଏ। ତେବେ ଏହି କଳ୍ପବୃକ୍ଷ ପୂଜା କଲେ ମହାଦଶା କୋପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ପ୍ରାଚୀନ ହିନ୍ଦୁ ପରମ୍ପରାରେ ଶୁଭ କାର୍ଯ୍ୟ ପ୍ରାରମ୍ଭରେ ପଶୁବଳି ଭଳି ଜଘନ୍ୟ ପ୍ରଥା ଅବଲୋକନ କରି ବ୍ୟଥିତ ମହର୍ଷି ବିଶ୍ଵାମିତ୍ର ଭଗବାନ ଶଙ୍କରଙ୍କୁ ଆରାଧନା କରିଥିଲେ ।ଭଗବାନ ଶଙ୍କର ଏଥିପାଇଁ ତାଙ୍କର ପ୍ରତିଭୂ ନାରିକେଳକୁ ଭାଙ୍ଗି ଶୁଭ କାମ ଆରମ୍ଭ କରିବାକୁ ମହର୍ଷି ବିଶ୍ଵାମିତ୍ରଙ୍କୁ କହିଥିଲେ । କେବଳ ହିନ୍ଦୁ ନୁହନ୍ତି , ଅନେକ ଧର୍ମ ,ନଡ଼ିଆ କୁ ଏକ ପବିତ୍ର ଫଳ ଭାବେ ସ୍ୱୀକାର କରିଛନ୍ତି ଏବଂ ମାଙ୍ଗଳିକ ଉତ୍ସବରେ ଏହାକୁ ପ୍ରଥମ ସ୍ଥାନରେ ରଖିଛନ୍ତି । ଅଗ୍ରପୂଜ୍ୟ ବିଘ୍ନରାଜ ଶ୍ରୀଗଣେଶ କଳସ ରୂପରେ ବିରାଜିତ ହୋଇଥାନ୍ତି । ଘଡି ଉପରେ ଶ୍ରୀଫଳ ରହିଲେ ଯାଇ ଏହା କଳସ ଏବଂ ଶ୍ରୀଗଣେଶରୂପରେ ସମ୍ପୂର୍ଣ ହୁଅନ୍ତି।
ସମଗ୍ର ଉପକୂଳ ବିଶ୍ୱରେ ଦୃଶ୍ୟମାନ ଏହି କଳ୍ପ ବୃକ୍ଷ ମହିମା ଅସୀମ। ସ୍ୱପ୍ନରେ ନାରିକେଳ ଦୃଶ୍ୟ ହେଲେ ଏହା ଭଗବାନ ଶଙ୍କର ଓ ବିଘ୍ନରାଜ ଗଣେଶଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବର୍ଣ୍ଣିତ। ଓଡ଼ିଶାର ଧର୍ମଧାରାରେ ନଡିଆର ମହତ୍ଵ ଅବର୍ଣ୍ଣନୀୟ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହ ଶ୍ରୀଫଳର ପ୍ରତ୍ୟକ୍ଷ ସମ୍ପର୍କ। ଦାସିଆ ବାଉରୀ ହସ୍ତରୁ ମହାପ୍ରଭୁ ନଡ଼ିଆ ଗ୍ରହଣ କରିବା ଉପାଖ୍ୟାନ ବା କାହାକୁ ଅଜଣା। ଉଭୟ ଲୁଣା କ୍ଷାର ଯୁକ୍ତ ଜଳରେ ଓ ମଧୁର ଜଳରେ ବଢୁଥିବା ନାରିକେଳ ବୃକ୍ଷକୁ ଜୀବନ୍ତ ଅବସ୍ଥା ରେ କାଟିବା ଏକ ପାପ ବୋଲି ତାମିଲନାଡୁ ସମେତ ଅନେକ ରାଜ୍ୟରେ ବିଶ୍ୱାସ ରହିଛି । କେରଳ ଭଳି ଅନେକ ରାଜ୍ୟ ଓ ବିଶ୍ୱର ଅନେକ ଦେଶର ଅର୍ଥନୀତିରେ ନଡ଼ିଆର ଏକ ପ୍ରମୁଖ ଭୂମିକା ରହିଛି । ସ୍ପେନ ବାରସେଲୋନା ଅଲିମ୍ପିକସରେ ଖାଦ୍ୟ ପରସିବାକୁ ପରିବେଶ ଅନୁକୂଳ ପାତ୍ର ହିସାବରେ ଭାରତ ଚାରି କୋଟି ଟଙ୍କାର ଷଢେଇ ରପ୍ତାନି କରିଥିଲା ।
ଆଜି ବିଶ୍ୱ ନାରିକେଳ ଦିବସ ଅବସରରେ ଏହି ସୌନ୍ଦର୍ଯ୍ୟ ବିମଣ୍ଡିତ ମହିମାମୟ ବୃକ୍ଷ ଓ ଶ୍ରୀଫଳ , ସମସ୍ତଙ୍କପାଇଁ ଆଶୀର୍ବାଦ ହେଉ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories