www.samajalive.in
Wednesday, December 10, 2025
16.1 C
Bhubaneswar

ସହି ପାରିଲେନି ନିର୍ଯାତନା, ଜୀବନ ହାରିଲେ ନବବଧୁ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ଚମ୍ପାଦେଇପୁର ପଞ୍ଚାୟତ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଯୋଡ଼ାବନ୍ଧ ଗ୍ରାମର ନବ ବିବାହିତା ରୁକ୍ମଣୀ କାଡ଼ରକା ଓରଫ ମାଝୀ ରାୟଗଡା ଜିଲା ଆମ୍ବଦୋଳା ଥାନା ଅନ୍ତର୍ଗତ ଧଣ୍ଡରା ଗ୍ରାମରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଳକ ଚମ୍ପାଦେଇପୁର ପଞ୍ଚାୟତ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଯୋଡ଼ାବନ୍ଧ ଗ୍ରାମର ଦୁଃଶାସନ ମାଝୀଙ୍କ ଝିଅ ରୁକ୍ମଣୀ କାଡ଼ରକା ଓରଫ ମାଝୀ ଗତବର୍ଷ ମେ ମାସ ୭ ତାରିଖରେ ରାୟଗଡା ଜିଲା ଆମ୍ବଦୋଳା ଥାନା ଅନ୍ତର୍ଗତ ଧଣ୍ଡରା ଗ୍ରାମର ପ୍ରଦୀପ କାଡ଼ରକାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।
ଅଭିଯୋଗ ଅନୁସାରେ ବିବାହର କିଛିଦିନ ପରେ ପ୍ରଦୀପ କାଡ଼ରକା ସ୍ତ୍ରୀ ରୁକ୍ମଣୀକୁ ଯୌତୁକ, ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲା।
କିଛିଦିନ ପୂର୍ବେ ରୁକ୍ମଣୀ ପ୍ରଦୀପର ନିର୍ଯ୍ୟାତନା ସହି ନପାରି ନିଜ ବାପଘରକୁ ପଳାଇ ଆସିଥିଲେ ଏବଂ ପରିବାର ଲୋକେ ରୁକୁଣୀକୁ ବୁଝା ସୁଝା କରି ପୁଣି ପ୍ରଦୀପ ଘରକୁ ପଠାଇ ଦେଇଥିଲେ। ପ୍ରଦୀପ ଘରକୁ ରୁକ୍ମଣୀ ଫେରିଲା ପରେ ପୁଣି ନିର୍ଯ୍ୟାତନା ଦେଉଥିବା ଖବର ବାପା ଘରକୁ ଦେଇଥିଲା। ନିର୍ଯ୍ୟାତନା ସହି ନପାରି ରୁକ୍ମଣୀ ଗତକାଲି ରବିବାର ରାତିରେ ନିଜ ପିନ୍ଧିଥିବା ଶାଢୀ ବେକରେ ଲଗାଇ ଆତ୍ମହତ୍ୟା କରଥିବା ଖବର ରୁକ୍ମଣୀର ପିତା ସୋମବାର  ସକାଳ ୬ ଘଣ୍ଟା ସମୟରେ ଖବର ପାଇଥିଲେ।
ଖବରପାଇ ପରିବାର ଲୋକେ ରୁକ୍ମଣୀକୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରୁକ୍ମଣୀକୁ ମୃତ ଘୋଷଣା କରିଥିଲେ। ଅପରାହ୍ନରେ ରୁକ୍ମଣୀର ବାପା ଆମ୍ବଦୋଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆମ୍ବଦୋଳା ପୋଲିସ ମୃତଦେହ ଜବତ କରିବା ସହିତ ପ୍ରଦୀପକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି। ରାୟଗଡ଼ାରୁ ସାଇଣ୍ଟିଫିକ ଟିମ ସହିତ ମାଜିଷ୍ଟ୍ରେଟ ଭାବେ ମୁନିଗୁଡା ତହସିଲଦାର ଏମ ଅନୁରାଧା ପ୍ରଦୀପର ଘରକୁ ଯାଇ ପରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଥିଲେ। ରବିବାର ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଛେଦ ହୋଇ ପାରିଲା ନାହିଁ ଆସନ୍ତାକାଲି ଶବ ବ୍ୟବଛେଦ ହେବ ବୋଲି ଆମ୍ବଦୋଳା ଥାନାଧିକାରୀ କଳ୍ପନା ବେହେରା ପ୍ରକାଶ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories