www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ବ କର୍କଟ ଦିବସ ଅବସରରେ ଜାଣନ୍ତୁ ଏହି ଭୟଙ୍କର ରୋଗରୁ ବର୍ତ୍ତିବାର କିଛି ଉପାୟ

କ୍ୟାନ୍ସର ବା କର୍କଟ ଏକ ପ୍ରାଣଘାତୀ ରୋଗ। ସାଧାରଣତଃ ଏହି ରୋଗରୁ ମୁକ୍ତି ପାଇବା ଅସମ୍ଭବ ହୋଇଥାଏ। ସମୟ ସମୟରେ ଆମର କିଛି ଅସାବଧାନ ଓ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଆମେ ଏହି ରୋଗର ଶିକାର ହୋଇଥାଉ। ତେଣୁ ଏନେଇ ଜନ ସଚେତନତା ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ୪ ଫେବୃଆରୀକୁ ବିଶ୍ବ କର୍କଟ ଦିବସ ବା ୱାର୍ଲଡ କ୍ୟାନ୍ସର ଡେ’ ଭାବେ ପାଳନ କରାଯାଉଛି।

ଏକ ଗବେଷଣାରୁ ଜଣାପଡ଼ିଛି, ଗତ ୬ ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଭାରତରେ ୧୫.୭ ପ୍ରତିଶତ ବୃଦ୍ଧି ପାଇଛି। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାନସର ପ୍ରିଭେନସନ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ଚଳିତ ବର୍ଷ ଦେଶରେ ୧୧.୫ ଲକ୍ଷ କର୍କଟ ପିଡ଼ୀତ ମାମଲା ସାମ୍ନାକୁ ଆସିଛି।

- Advertisement -

ତେବେ ଆଜିର ଏହି ବିଶ୍ବ କର୍କଟ ଦିବସ ଅବସରରେ ଚାଲନ୍ତୁ ଜାଣିବା କର୍କଟ ରୋଗରୁ ବର୍ତ୍ତିବା ପାଇଁ ଆବଶ୍ୟକୀୟ କିଛି ସଚେତନତା ବିଷୟରେ-

– ଅନେକ ସମୟରେ ମୋଟାପଣ କର୍କଟ ରୋଗ ଆଶଙ୍କାକୁ ବଢ଼ାଇଥାଏ। ସେଥିପାଇଁ ନିଜ ଓଜନକୁ ସର୍ବଦା ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଉଚିତ।
– ନିୟମିତ ଭାବେ ବ୍ୟାୟାମ କରିବା ଓ ଶାରୀରିକ ଭାବେ ସକ୍ରିୟ ରହିବା ନିହାତି ଆବଶ୍ୟକ।
– ସ୍ୱାସ୍ଥ୍ୟକର ଖାଦ୍ୟ ସେବନ କରନ୍ତୁ। ନିଜ ଭୋଜନରେ ସବୁଜ ପନିପରିବା ଓ ଶାଗ ଆଦି ସାମିଲ କରନ୍ତୁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories