www.samajalive.in
Saturday, December 6, 2025
14.1 C
Bhubaneswar

“ଜୈବଚିକିତ୍ସା ଓ ସ୍ବାସ୍ଥ୍ୟ ଗବେଷଣା” ଉପରେ କର୍ମଶାଳା

ବାରିପଦା/ଭୁବନେଶ୍ବର: ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦା ଏବଂ ଆଇସିଏମଆର୍ – ଆରଏମଆରସି, ଭୁବନେଶ୍ବର ସହଭାଗିତାରେ “ଜୈବଚିକିତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା” ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରଘୁନାଥ ମୂର୍ମୂ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଫାର୍ମାକୋଲୋଜୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପ୍ରୀତି ଦାସ ଏବଂ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଏଲ୍ ଭି ଗୌରୀ ତାଙ୍କୁ ସହଯୋଗ କରିଥିଲେ।
ଏତଦ୍ ବ୍ୟତୀତ ଆଇସିଏମଆର୍ – ଆରଏମଆରସି, ଭୁବନେଶ୍ୱର ଡକ୍ଟର ସିଦ୍ଧାର୍ଥ ଗିରି ଓ ଡକ୍ଟର ଜୟା ସିଂହ ଖତ୍ରି, ଏମ୍ସ ଭୁବନେଶ୍ୱର ଡାକ୍ତର ଅରବିନ୍ଦ କୁମାର ଏବଂ ବାରିପଦା ମେଡିକାଲ କଲେଜର ପ୍ରଫେସର ଡାକ୍ତର ପ୍ରୀତି ଦାସ ଜୈବଚିକିତ୍ସା ଓ ଗବେଷଣା ତଥା ଔଷଧ ଏବଂ ଚିକିତ୍ସାଳୟ ପରୀକ୍ଷଣ ନିୟମ ଉପରେ ବାର୍ତ୍ତା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟି ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲ କଲେଜର ଫାର୍ମାକୋଲୋଜି ଏବଂ ବହୁମୁଖୀ ଗବେଷଣା ବିଭାଗ ଦ୍ବାରା ମିଳିତ ଭାବେ ଆୟୋଜନ କରାଯାଇଥିଲା। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର୍ ଡାକ୍ତର ରବିନ୍ଦ୍ର କୁମାର ମିଶ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।  ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅନ୍ୟାନ୍ୟ ବିଭାଗର ମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories