www.samajalive.in
Saturday, December 6, 2025
23.1 C
Bhubaneswar

ରୋଟାରୀ ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ଛତ୍ରପୁର: ସାଂପ୍ରତିକ ସାମାଜିକ ବ୍ୟବସ୍ଥାରେ ଆମ ଜିଲ୍ଲାର ଛାତ୍ରଛାତ୍ରୀ ଖୁବ ପରିଶ୍ରମୀ ଓ ସେମାନେ ଭଲ ପାଠ ପଢୁଛନ୍ତି କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ବିକାଶ ଏବଂ ଦୁର୍ବଳ ଯୋଗାଯୋଗ ଦକ୍ଷତା ଯୋଗୁଁ ସେମାନେ ଭବିଷ୍ୟତରେ ସୁଯୋଗର ସଦୁପଯୋଗ କରିବାକୁ ଅକ୍ଷମ ହେଉଛନ୍ତି। ଏଣୁ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଏକ ବ୍ୟକ୍ତିତ୍ୱ ବିକାଶ କର୍ମଶାଳାର ଆୟୋଜନ କରାଯାଇଥିଲା। ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସାଧନ କର୍ମୀ ତଥା ଛତ୍ରପୁର ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀ ବିଧାନ ନାୟକ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ନିଜ ଘରୋଇ ସହରର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ମୁଁ ଅତ୍ୟନ୍ତ ଖୁସି ଓ ଗର୍ବିତ ବୋଲି ଶ୍ରୀ ନାୟକ ଏହି ଅବସରରେ କହିଥିଲେ। ଡକ୍ଟର ବିମଳ ପ୍ରସାଦ ସାହୁ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଜଣାଇ ଥିବା ବେଳେ ପ୍ରସନ୍ନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ମରପ୍ରିୟା ପଲେଇ ଓ ସୁରଜିତ ସାମନ୍ତରାୟ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories