www.samajalive.in
Saturday, December 6, 2025
15.1 C
Bhubaneswar

ଭ୍ୟାନ୍‍ ସମେତ ୩୦ ହଜାର ଟଙ୍କାର ବିଭିନ୍ନ କିସମର କାଠପଟା ଜବତ

ବେତନଟୀ: ଚଳିତମାସ ଚୋରା କାଠ ମାଫିଆଙ୍କ ନିମନ୍ତେ ସର୍ବନାଶର ମାସ ଥିବାରୁ ବେତନଟୀ ବନବିଭାଗ ପ୍ରାୟ ଲକ୍ଷାଧିକ ଟଙ୍କାରୁ ଅଧିକ କାଠଗଣ୍ଡି ଓ ପଟା ଜବତ କରିବାରେ ସକ୍ଷମ ହୋଇଛି। ସେହିଭଳି ରବିବାର କାଠମାଫିଆ ଏକ ଅଶୋକ ଲିଲାଣ୍ଡଭ୍ୟାନକୁ ଜବତ କରିବା ସହିତ ସେଥିରେ ଥିବା ବିଭିନ୍ନ କିସମର ପଟା ଜବତ କରିବାରେ ସଫଳ ହୋଇଥିବାବେଳେ ମାଫିଆଙ୍କୁ ଧରିବାରେ ବିଫଳ ହୋଇଛି। ବିଶେଷ ସୁତ୍ରରୁ ଖବର ପାଇ ବେତନଟୀ ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ ତାଙ୍କ ଟିମ ସହିତ ବୈଶିଙ୍ଗାଥାନା ସନ୍ତରା ପଞ୍ଚାୟତର ସନ୍ତରା ପଟୁ ଯୁଗଳଗ୍ରାମ ଆଡକୁ ଆସୁଥିବା କାଠପଟା ବୋଝେଇ ଗାଡିକୁ ଅଟକାଇଥିଲେ। କାଠମାଫିଆ ବନବିଭାଗ ଅଧିକାରୀଙ୍କୁ ଦେଖି ଗାଡି ଛାଡି ପଳାଇଯିବାରେ ସକ୍ଷମ ହୋଇଥିଲେ। ଗାଡିରେ ଶାଗୁଆନ ପଟା ସମେତ ବିଭିନ୍ନ କିସମର ପଟାଥିଲା। ବନବିଭାଗ କାଠପଟା ବୋଝେଇ ଗାଡିକୁ ଜବତ କରି ବନକାର୍ୟ୍ୟାଳୟକୁ ଆଣିଥିଲେ। ଏହି ଟିମରେ ଡେପୁଟି ରେଞ୍ଜଅଫିସର ରାଜେଶ ମହାକୁଡ, ବେତନଟୀ ବନପାଳ ସୁଶାନ୍ତ ବାଗ, କେସିପୁର ବନପାଳ ପ୍ରଶାନ୍ତ କୁମାର ସିଂସାମନ୍ତ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତଥିଲେ। ଜବତ ହୋଇଥିବା କାଠପଟାର ଆନୁମାନିକ ମୁଲ୍ୟ ୩୦ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସିଂ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories