ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ମାଛଗଡ଼ ବିଟ ଅଧିନ କେନ୍ଦୁଯୋଡ଼ା ଗ୍ରାମରେ ଗତ ବିଳମ୍ବିତ ସନ୍ଧ୍ୟାରେ ବନବିଭାଗ ଅଚାନକ ଚଢ଼ାଉ କରି ୪୦ ଖଣ୍ଡ ଚୌକାଠ ଜବତ କରିବା ସହିତ ଏକ ମହିନ୍ଦ୍ରା ପିକଅପ ଗାଡିକୁ ଜବତ କରିବାରେ ସଫଳ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ଟିମ ସାହାରପଡା ସେକ୍ସନ କେନ୍ଦୁଯୋଡା ଗ୍ରାମରେ ରାତି ୧୦ଟା ବେଳେ ଅଚାନକ ଚଢ଼ାଉ କରିଥିଲେ। ବନବିଭାଗ କର୍ମଚାରୀଙ୍କୁ ଦେଖି କାଠ ମାଫିଆ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ। ବନବିଭାଗ ଏକ ପିକଅପ ଗାଡି ସହିତ ୪୦ ଖଣ୍ଡ ଚୌକାଠ ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି। ଏହି ଚଢ଼ାଉରେ ପାଟଣା ବନାଞ୍ଚଳ ଅଧିକାରୀର ବନବିହାରୀ ସର୍ଦାର, ପାଟଣା ବନପାଳ ପିଅନ ନାଏକ ଓ ସାହାରପଡା ବନ କର୍ମଚାରୀ ଦୀପକ କୁମାର ରଣାଙ୍କ ସହିତ ପାରା କର୍ମଚାରୀମାନେ ସାମିଲ ଥିଲେ।
Popular Categories



