www.samajalive.in
Friday, December 5, 2025
20.1 C
Bhubaneswar

ପାଟଣା ବନ ବିଭାଗର ଚଢ଼ାଉ, କାଠ ବୋଝେଇ ପିକଅପ୍ ଜବତ 

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ମାଛଗଡ଼ ବିଟ ଅଧିନ କେନ୍ଦୁଯୋଡ଼ା ଗ୍ରାମରେ ଗତ ବିଳମ୍ବିତ ସନ୍ଧ୍ୟାରେ ବନବିଭାଗ ଅଚାନକ ଚଢ଼ାଉ କରି ୪୦ ଖଣ୍ଡ ଚୌକାଠ ଜବତ କରିବା ସହିତ ଏକ ମହିନ୍ଦ୍ରା ପିକଅପ ଗାଡିକୁ ଜବତ କରିବାରେ ସଫଳ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ଟିମ ସାହାରପଡା ସେକ୍ସନ କେନ୍ଦୁଯୋଡା ଗ୍ରାମରେ ରାତି ୧୦ଟା ବେଳେ ଅଚାନକ ଚଢ଼ାଉ କରିଥିଲେ। ବନବିଭାଗ  କର୍ମଚାରୀଙ୍କୁ ଦେଖି କାଠ ମାଫିଆ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ। ବନବିଭାଗ ଏକ ପିକଅପ ଗାଡି ସହିତ ୪୦ ଖଣ୍ଡ ଚୌକାଠ ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି। ଏହି ଚଢ଼ାଉରେ ପାଟଣା ବନାଞ୍ଚଳ ଅଧିକାରୀର ବନବିହାରୀ ସର୍ଦାର, ପାଟଣା ବନପାଳ ପିଅନ ନାଏକ ଓ ସାହାରପଡା ବନ କର୍ମଚାରୀ ଦୀପକ କୁମାର ରଣାଙ୍କ ସହିତ ପାରା କର୍ମଚାରୀମାନେ ସାମିଲ ଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories