www.samajalive.in
Friday, December 12, 2025
27.1 C
Bhubaneswar

କ୍ରେଡିଟ କାର୍ଡ ବ୍ୟବହାରକାରୀ ଭୁଲରେ କରନ୍ତୁନି ଏମିତି କାମ, ନଚେତ ହଇରାଣରେ ପଡିବେ

ନୂଆଦିଲ୍ଲୀ : ଆଜିକାଲି କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର ହେଉଛି । ଜରୁରି ସମୟରେ ଉପଭୋକ୍ତା ଏହାକୁ ବ୍ୟବହାର କରୁଛନ୍ତି । କ୍ରେଡିଟ୍ କାର୍ଡରେ ଯେଉଁ ଋଣ ମିଳେ ତାକୁ ପୈଠ କରିବା ପାଇଁ ଅତିରିକ୍ତ ସମୟ ମଧ୍ୟ ଦିଆଯାଏ । ଯଦି ସେହି ସମୟ ମଧ୍ୟରେ ଉପଭୋକ୍ତା ଋଣ ପୈଠ କରିଦିଅନ୍ତି ତେବେ ସେଥିରେ ସୁଧ ଦେବାକୁ ପଡିନଥାଏ । କ୍ରେଡିଟ୍ କାର୍ଡରେ ଅନେକ ଅଫର ଓ ରିହାତି ମଧ୍ୟ ମିଳିଥାଏ । ଏହି କାରଣରୁ କ୍ରେଡିଟ୍ କାର୍ଡ ବହୁତ ଲୋକପ୍ରିୟ ହୋଇପାରିଛି ।

କେବଳ ଏତିକି ନୁହେଁ, ଆପଣ କ୍ରେଡିଟ୍ କାର୍ଡ ଜରିଆରେ କ୍ୟାଶ୍ ମଧ୍ୟ ଉଠାଇ ପାରିବେ । ତେବେ ଏହି ସୁବିଧାର ଲାଭ ବହୁତ ମହଙ୍ଗା ପଡିପାରେ । ଯଦି ଆପଣ ଭୁଲରେ କ୍ରେଡିଟ କାର୍ଡରୁ କ୍ୟାଶ୍ ଟ୍ରାଞ୍ଜାକ୍ସନ କରୁଛନ୍ତି ତେବେ ଆପଣଙ୍କ ଏହା ବଦଳରେ ବଡ ଦାମ୍ ଦେବାକୁ ପଡିପାରେ । ଆପଣ କେତେ କ୍ୟାଶ ଉଠାଇପାରିବେ ଏହା ଆପଣଙ୍କ କାର୍ଡର ସୀମା ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ଅଧିକାଂଶ ବ୍ୟାଙ୍କ କ୍ରେଡିଟ୍ କାର୍ଡର ସମୁଦାୟ ଲିମିଟର ୨୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ପଇସା କ୍ୟାଶ୍ ରୂପେ ଉଠାଇବାର ଅନୁମତି ଦେଇଥାନ୍ତି । ଅର୍ଥାତ୍ ଯଦି ଆପଣଙ୍କ କାର୍ଡର ସୀମା ୫ ଲକ୍ଷ ତେବେ ଆପଣ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଇସା ଉଠାଇ ପାରିବେ ।

- Advertisement -

ଏହାର ଚାର୍ଜ ମଧ୍ୟ ୨.୫ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ଯଦି ଆପଣ ୧ ଲକ୍ଷ ଟଙ୍କା ନଗଦ ରାଶି ଉଠାଉଛନ୍ତି ତେବେ ଆପଣଙ୍କୁ ଅଢେଇରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡିପାରେ । ବାରମ୍ବାର କ୍ରେଡିଟ କାର୍ଡରୁ ରାଶି ଉଠାଇଲେ ଆପଣଙ୍କ ସିବିଲ ସ୍କୋର ମଧ୍ୟ ପ୍ରଭାବିତ ହୋଇପାରେ । ତେଣୁ ଅତି ଆବଶ୍ୟକ ନଥିଲେ କ୍ରେଡିଟ କାର୍ଡରୁ ନଗଦ ରାଶି ଉଠାନ୍ତୁ ନାହିଁ ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories