ଟି-୨୦ ବିଶ୍ବକପ ପାଇଁ ଭାରତୀୟ ମହିଳା ଦଳ ଘୋଷଣା, ରିଚା ଘୋଷ ନୂଆ ମୁହଁ
ମୁମ୍ବଇ: ଅଷ୍ଟ୍ରେଲିଆରେ ହେବାକୁଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଘୋଷଣା ହୋଇଥିବା ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ହରମନପ୍ରିତ କୌରଙ୍କୁ ଦିଆଯାଇଛି। ସେହିପରି ଦଳ ନୂଆ ମୁହଁ ଭାବେ ରିଚା ଘୋଷଙ୍କୁ ସାମିଲ କରାଯାଇଛି। ଫେବ୍ରୁଆରି ୨୧ ତାରିଖରୁ ଅଷ୍ଟ୍ରେଲିଆରେ ମହିଳା ବିଶ୍ଵକପ ଆରମ୍ଭ ହେବ।ସେହିପରି ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ହରିୟାଣାର ୧୫ ବର୍ଷିୟ ଶେଫାଳି ବର୍ମାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ନିକଟରେ କଟକରେ ହୋଇଥିବା ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିରେ ମଧ୍ୟ ଶେଫାଳି ଚମତ୍କାର ପ୍ରଦର୍ଶନ କରିଥିଲେ।
ଆଇସିସି ମହିଳା ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଟିମ୍କୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ସହ ଗ୍ରୁପ ‘ଏ’ରେ ରଖାଯାଇଛି। ସେହିପରି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ଓ ଥାଇଲାଣ୍ଡ ଗ୍ରୁପ୍-ବି’ରେ ସ୍ଥାନ ପାଇଛନ୍ତି।
?Squad Announcement?@ImHarmanpreet will lead India's charge at @T20WorldCup #T20WorldCup #TeamIndia pic.twitter.com/QkpyypyJKc
— BCCI Women (@BCCIWomen) January 12, 2020
ବିଶ୍ୱକପ୍ ଟି-୨୦ ଦଳ: ହରମନପ୍ରୀତ କୌର(କ୍ୟାପଟେନ୍), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ଲୀନ୍ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣାମୂର୍ତ୍ତୀ, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର, ଅରୁନ୍ଧତୀ ରେଡ୍ଡି।
Comments are closed.