www.samajalive.in
Friday, December 12, 2025
15.1 C
Bhubaneswar

ମହିଳା ସଂରକ୍ଷଣ ବିଲ୍‌ ପାଇଁ ବିଜେଡି ଲଢ଼େଇ ଜାରି ରଖିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମହିଳାମାନେ ସଶକ୍ତ ହେଲେ, ସ୍ବାବଲମ୍ବୀ ହେଲେ ରାଜ୍ୟ ଆଗକୁ ବଢ଼ିବ, ଦେଶ ବିକାଶ କରିବ। ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ମହିଳା ସଶକ୍ତିକରଣରେ ବିଜେଡି ବିଶ୍ବାସ କରେ ଏବଂ ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ତାର ସହ ଦାବି ଉପସ୍ଥାପନ କରିବୁ। ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ବିଜେଡି ସାଂସଦ ମାନେ ଦାବି ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବିବାର ଭୁବନେଶ୍ବରରେ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ୧୯ତମ ଦେବୀ ଆୱାର୍ଡ୍ସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାରେ ମୋ ପିତା ସ୍ବର୍ଗତ ବିଜୁ ପଟ୍ଟନାୟକ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ସେହିପରି ଆମ ସରକାର ମହିଳାଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଲୋକସଭା ଆସନରେ ଆମ ଦଳ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିଥିଲା।
ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ସମ୍ପାଦୀୟକ ନିର୍ଦେଶକ ପ୍ରଭୂ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ, ସଂସଦରେ ୩୩% ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ ଆମ ଦଳ ଦାବି ଜାରି ରଖିବ। ଓଡ଼ିଶାରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଥିବା ବେଳେ ନୂଆଦିଲ୍ଲୀରେ ଏଥିପାଇଁ ଲଢ଼େଇ ଜାରି ରହିବ। ରାଜ୍ୟ ଶାସନ ବ୍ୟବସ୍ଥାର ତୃଣମୂଳ ସ୍ତରରେ ୫୦% ସ୍ଥାନ ସଂରକ୍ଷିତ ରଖିବା ପାଇଁ ଆମ ସରକାର କାମ କରୁଛନ୍ତି। ମହିଳା ସଶକ୍ତୀକରଣ ଦିଗରେ ବଡ଼ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ମିଶନ୍ ଶକ୍ତି ଓ ପ୍ରସୂତିଙ୍କ ଠାରେ କୁପୋଷଣ ଦୂର ପାଇଁ ମମତା ଯୋଜନା କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୨ ଜଣ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଦେବୀ ଆୱାର୍ଡ ପ୍ରଦାନ କରିଥିଲେ। ଏମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖିକା ଡ଼ ପ୍ରତିଭା ରାୟ, ଦୂତି ଚାନ୍ଦ, ଡ଼ ସଂଘମିତ୍ରା ପତି, ଡ଼ା ସୁଜାତା କର, ବାଲ୍ୟ ବିହାର ବନ୍ଦ ଅଭିଯାନ ଚଳାଇ ଥିବା ଝୁଲିମା ମଲ୍ଲିକ୍, ଉପାନ୍ତ ଅଞ୍ଚଳର ପ୍ରଥମ ଆଇଟିଆଇ ଛାତ୍ରୀ ସୀତା ବେହେରା, ବନ ସୁରକ୍ଷା ପାଇଁ ଶଶୀ ପ୍ରଧାନ, ଶୁଭଲକ୍ଷ୍ମୀ ସୁବୁଦ୍ଧି, ଶ୍ରୁତି ମହାପାତ୍ର, ସୋନାଲୀ ମିଶ୍ର, ଅଂଶୁ ପ୍ରଜ୍ଞା ଦାସ, ବିଦ୍ୟା ଦାସ ପ୍ରମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ଡାଲମିଆ ଭାରତ ଗ୍ରୁପ୍‌ର ଏମ୍‌ଡି ପୁନୀତ ଡାଲମିଆ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମାଣ୍ୟଗଣ୍ୟ ବକ୍ତିବିଶେଷ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories