www.samajalive.in
Monday, December 8, 2025
24.1 C
Bhubaneswar

୨ପେଟି ମଦ ଜବତ ; ୩ ଜଣଙ୍କୁ ଗଛରେ ବାନ୍ଧି ପୁଲିସକୁ ହସ୍ତାନ୍ତରିତ କଲେ ମହିଳା

ଧାମରା : ଧାମରା ଅର୍ନ୍ତଗତ ଚରଦିଆ ପଂଚାୟତରେ ରବିବାର ସକାଳେ ଗ୍ରାମର ମହିଳା ସଂଘ ୨ ପେଟି ମଦ ଜବତ କରିଛନ୍ତି। ଏହି ୫୬ଟି ମଦ(୧୮୦ମି.ଲି) ବୋତଲକୁ ଗ୍ରାମର ବୁନା ମାଝୀ(୨୪),ସୁଶାନ୍ତ ମାଝୀ(୩୨) ଏବଂ ମାମିନା ପରିଡାଙ୍କ ଘରୁ ଜବତ ହୋଇଥିଲା। ଏହି ସମସ୍ତ ମଦ ଗୁଡିକ ଗ୍ରାମର ମହିଳା ମଣ୍ଡଳର ସଭ୍ୟା ମାନେ ଜବତ କରିବା ସହ ଏହି ୩ଜଣଙ୍କୁ ଘରୁ ଆଣି ନିକଟସ୍ଥ ବଜାରରେ ଥିବା ଗଛ ଗୁଡିକରେ ବାନ୍ଧି ଦେଇଥିଲେ। ପରେ ବାଂଶଡା ଥାନାକୁ ଖବର ଦେଇଥିଲୋ ବାଂଶଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ମହିଳାମଣ୍ଡଳ ଏହି ୩ ଜଣ ଚୋରା ମଦ ବେପାରୀଙ୍କୁ ଗ୍ରାମର ମହିଳା ସଂଘ ପୁଲିସକୁ ହସ୍ତାନ୍ତରିତ କରିଥିବା ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଏହି ଗ୍ରାମରେ ଥିବା ମହିଳା ମହାମଣ୍ଡଳ ଚରଦିଆ ପଂଚାୟତରେ ଚୋରା ମଦ ବେପାରକୁ ବନ୍ଦ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ। ସମସ୍ତ ପଂଚାୟତବାସୀଙ୍କୁ ମଦ ପିଇବାରୁ ବନ୍ଦ ରହିବା ପାଇଁ ଘର ଘର ବୁଲି ସଚେତନତା ସୃଷ୍ଟି କରିଥିଲେ। ସମସ୍ତ ଚୋରା ମଦ ବେପାରୀଙ୍କୁ ଏହି ବେପାରରୁ କ୍ଷାନ୍ତ ରହିବା ପାଇଁ କହିବା ପରେ ମଧ୍ୟ ଚୋରା ମଦର ବ୍ୟାପକ ବେପାର ଚାଲୁଥିବା ବେଳେ ରବିବାର ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories