www.samajalive.in
Saturday, December 6, 2025
16.1 C
Bhubaneswar

ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ ମହିଳା ମାଓବାଦୀ

ମାଲକାନଗିରି: ମାଲକାନଗିରି ଏସ୍‌ପି ଋସିକେଶ ଡି.ଖିଲାରିଙ୍କ ନିକଟରେ ଆଜି ଜଣେ ନାବାଳିକା ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା ଆନ୍ଧ୍ର ଓଡିସା ବଡର ଜୋନାଲ କମିଟିରେ କାର୍ଯ୍ୟ କରୁଥିବା ମହିଳା ମାଓବାଦୀ ଗୀତା ଓରଫ ଲାଛି ଖରା ଆତ୍ମ ସମର୍ପଣ କରିଛନ୍ତିା ମାଓ ଦମନ ନିମନ୍ତେ ବିଏସଏଫ୍ ଓ ଓଡିଶା ପୁଲିସର କୁମ୍ବିଂ ଅପରେସନ ଚାଲୁଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ଗୁମ୍ମା ଆଞ୍ଚଳିକ କମିଟି ମାଓ ସଂଗଠନର ସଦସ୍ୟା ଲାଛି ଖରାକୁ ଅଟକ ରଖିଥିଲା। ଏହାପରେ ଲାଛି ଆତ୍ମ ସମର୍ପଣ କରିବାକୁ ଇଛା ପ୍ରକାଶ କରିବାରୁ ତାଙ୍କୁ ଗିରଫ କରାଯାଇନଥିଲେ।

 

- Advertisement -

ମହିଳା ମାଓବାଦୀ ଲାଛି ଖରାଙ୍କ ନାମରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ସ୍ୱାଭିମାନ ଅଞ୍ଚଳର ବିକାଶ ଏବଂ ଏହି ଅଞ୍ଚଳରେ ପୁଲିସ ଜନ୍ତାପାଇଂ, ହନ୍ତାଳଗୁଡା, ଦାର୍ଲାବେଡା, ଗୁରାସେତୁ, ଅଣ୍ଡ୍ରାହାଲ ପ୍ରଭୃତି ସ୍ଥଳରେ କ୍ୟାମ୍ପ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ବିକାଶ ପ୍ରତି ଆସ୍ଥାଭାଜନ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ଡିଜି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଯେଉଁ ଆହ୍ୱାନ ଦେଇଥିଲେ ସେଥିରେ ସେ ଆକୃଷ୍ଟ ହୋଇ ସେ ଆତ୍ମ ସମର୍ପଣ କରିଥିବା କହିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ଥଇଥାନ ନୀତି ଅଛି ଉକ୍ତ ନୀତିରେ ତାଙ୍କୁ ସାମିଲ କରା ଯିବା ସହ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରା ଯିବ ବୋଲି ଏସ୍.ପି. ଶ୍ରୀ ଖିଲାରି ପ୍ରକାଶ କରିଛନ୍ତି। ତାଙ୍କୁ ପଢିବା ସହ ରହିବା ପାଇଁ ଘର ଓ ଆର୍ଥିକ ସହାୟତା ଏବଂ ତାଲିମ ଦିଆ ଯାଇ ସ୍ୱାବଲମ୍ବି କରିବା ପାଇଁ ସମସ୍ତ ପ୍ରକାର ପଦ କ୍ଷେପ ନିଆ ଯିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories