www.samajalive.in
Saturday, December 13, 2025
14.1 C
Bhubaneswar

ସୁପ୍ରିମକୋର୍ଟ ବାହାରେ ମହିଳାଙ୍କ ବିରୋଧ ପ୍ରଦର୍ଶନ, ୧୪୪ ଧାରା ଜାରି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗର ବିଚାର ପାଇଁ ଗ୍ରହଣ କରାଯାଇଥିବା ପନ୍ଥାକୁ ଅନେକ ମହିଳା କାର୍ଯ୍ୟକର୍ତ୍ତା ବିରୋଧ କରିଛନ୍ତି। ଏହାକୁ ନେଇ ମଙ୍ଗଳବାର ଅନେକ ଓକିଲ ଏବଂ ମହିଳା କାର୍ଯ୍ୟକର୍ତ୍ତା ସୁପ୍ରିମକୋର୍ଟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଫଳରେ ସୁପ୍ରିମକୋର୍ଟ ପରିସରରେ ଓ ବାହାରେ ୧୪୪ ଧାରା ଜାରି କରାଯାଇଛି।
ପ୍ରକାଶ ଯେ ୩ ବିଚାରପତିଙ୍କୁ ନେଇ ଗଠିତ ଆଭ୍ୟନ୍ତରୀଣ ତଦନ୍ତ କମିଟି ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ କୌଣସି ପ୍ରମାଣ ପାଇନାହାନ୍ତି। ଏହାସହ କମିଟି ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି। କମିଟି ନିଜ ରାୟରେ କହିଛନ୍ତି ଯେ ଅଭିଯୋଗକାରିଣୀଙ୍କ ବିରୋଧରେ ୨୦୧୮ ଡିସେମ୍ବରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାକୁ ନେଇ ସେ ୨୨ ବିଚାରପତିଙ୍କୁ ଚିଠି ଲେଖି ଆପତ୍ତି ଜଣାଇଥିଲେ। ସେହି ସମୟରେ ସେ ଯୌନ ନିର୍ଯାତନା କଥା ଉଲ୍ଳେଖ କରିନଥିଲେ । ମାତ୍ର ଅପ୍ରେଲ ୧୯ରେ ସେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ସୋମବାର ସୁପ୍ରିମକୋର୍ଟଙ୍କ ଆଭ୍ୟନ୍ତରୀଣ ତଦନ୍ତ କମିଟି ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ଯୌନ ନିର୍ଯାତନା ମାମଲାରେ କ୍ଲିନ୍‍ଚିଟ୍‍ ଦେଇଛନ୍ତି।

ସୁପ୍ରିମକୋର୍ଟ ସେକ୍ରେଟେରୀ ଜେନେରାଲ୍‍ଙ୍କ କାର୍ଯ୍ୟାଳୟରୁ ଜାରି ଏକ ନୋଟିସରେ କୁହାଯାଇଛି ଯେ ଜଷ୍ଟିସ୍‍ ଏସ୍‍.ଏ. ବୋବ୍‍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗତ ୫ ତାରିଖରେ ତାଙ୍କ ରିପୋର୍ଟ ଉପରିସ୍ଥ ବିଚାରପତିଙ୍କୁ ପ୍ରଦାନ କରିଛନ୍ତି ଓ ସମ୍ପୃକ୍ତ ବିଚାରପତି ଅର୍ଥାତ୍‍ ଭାରତର ପ୍ରଧାନବିଚାରପତିଙ୍କୁ ଏହାର ଏକ ନକଲ ଦେଇଛନ୍ତି । ତେବେ ଏହି ମାମଲାରେ କମିଟି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇ ନାହାନ୍ତି ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories