ଡେସ୍କ: ଓମାନର ସାଲାଲା ଠାରେ ଅନୁଷ୍ଠିତ ଏସୀୟ ମହିଳା ହକି ଫାଇଭ – ଏସ ବିଶ୍ୱକପ ଯୋଗ୍ୟତା ପର୍ୟ୍ୟାୟର ଫାଇନାଲରେ ଭାରତ ଥାଇଲାଣ୍ଡକୁ ୭-୨ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ମାରିଆନା କୁଜୁର ଖେଳର ୨ ମିନିଟ ଓ ୮ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ଦୀପୀ ମୋନିକା ଟପୋ ୭ ମିନିଟରେ, ଜ୍ୟୋତି ୧୦ ଓ ୨୭ ମିନିଟରେ, ନବଜୋତ କୌର ୨୩ ମିନିଟରେ ଏବଂ ମହିମା ଚୌଧୁରୀ ୨୯ ମିନିଟରେ ଗୋଲ ସ୍କୋର କରିଥିଲେ।
ଏହା ପୂର୍ବରୁ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ମାଲେସିଆକୁ ୯-୫ରେ ପରାସ୍ତ କରିଥିଲା। ଭାରତ ନିଜର ଚମତ୍କାର ଖେଳ ପ୍ରଦର୍ଶନ ସ୍ୱରୂପ ଅଧିନାୟିକା ନବଜୋତ କୌର ହ୍ୟାଟ୍ରିକ୍ ଗୋଲ କରିଥିଲେ। ସେମିଫାଇନାଲରେ ବିଜୟ ସହିତ ଆୟୋଜକ ଓମାନ ପରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହିଳା ହକି ବିଶ୍ୱକପ ପାଇଁ ଭାରତ ଦ୍ୱିତୀୟ ଏସୀୟ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟ ଏକ ସେମିଫାଇନାଲରେ ଇଣ୍ଡୋନେସିଆକୁ ୫-୨ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ପରେ ଥାଇଲ୍ୟଣ୍ଡ ତୃତୀୟ ଦଳ ଭାବେ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଜାନୁଆରୀ ୨୪ରୁ ୨୭ ପର୍ୟ୍ୟନ୍ତ ହକି ଫାଇଭ ଏସ ବିଶ୍ୱକପ୍ ମସ୍କାଟରେ ଅନୁଷ୍ଠିତ ହେବ।
ମହିଳା ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତ
Popular Categories



