ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ପାରିବାରିକ ବିବାଦରୁ ମଝିଆ ଭାଇର ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି। ମୃତକ ହେଲେ କାଳୁ ନାହାକ। ସୂଚନା ଅନୁସାରେ, ଜମିବାଡ଼ି ବିବାଦ ନେଇ ୨ ଭାଇଙ୍କ ମଧ୍ୟରେ ୧୦ ବର୍ଷ ହେଲା ଗଣ୍ଡଗୋଳ ହୋଇଆସୁଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଅଦାଲତରେ ବି ମାମଲା ପହଞ୍ଚିଛି। ଗତ ରାତିରେ କାଳୁ ନାହାକ ଘରେ ଥିବା ସମୟରେ ତାଙ୍କ ମଝିଆ ଭାଇ ପୁନିଆ ନାହାକ, ତାଙ୍କ ପୁଅ ଓ କିଛି ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ। କାଳୁ ରାସ୍ତା ଉପରକୁ ଆସିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାତିରେ ହାଣିଥିଲେ। ଘଟଣାସ୍ଥଳରେ ହିଁ କାଳୁଙ୍କର ଜୀବନ ଚାଲିଯାଇଥିଲା। ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁନିଆ ନାହାକକୁ ପୁଲିସ୍ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ଜଣାପଡ଼ିଛି।
Popular Categories



