ଫେରିଲେ ବାଳିକା ଫୁଟବଲ ଖେଳାଳି ଓ ପ୍ରଶିକ୍ଷିକା

0

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ଜୋହାନର୍ସବଗରେ ଆୟୋଜିତ ୧୭ ବର୍ଷରୁ କମ୍‍ ବ୍ରିକ୍ସ ବାଳିକା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୪ ଓଡ଼ିଆ ଖେଳାଳି ଓ ସହ ପ୍ରଶିକ୍ଷିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ଅପରାହ୍ଣରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୪ ଖେଳାଳି ଇଭା ପାନ୍ନା, ସୁସ୍ମିତା ତାନ୍ତେ, ଶାନ୍ତି ମୁର୍ମୁ ଓ ବନ୍ୟା କବିରାଜଙ୍କ ସହ ଭାରତୀୟ ଦଳର ସହଯୋଗୀ ପ୍ରଶିକ୍ଷିକା ଦାୟିତ୍ୱ ତୁଲାଇଥିବା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପହଞ୍ଚିବା ପରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ଯୁଗ୍ମ ସମ୍ପାଦିକା ସଙ୍ଗୀତା ଶର୍ମା ସ୍ୱାଗତ କରିଥିଲେ। ପ୍ରତିଯୋଗିତାରେ ଭାରତ ୪ଟି ମ୍ୟାଚ ବ୍ରାଜିଲ, ରୁଷିଆ,ଚିନ୍‍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ମଧ୍ୟ ସମସ୍ତ ମ୍ୟାଚରେ ପରାଜିତ ହୋଇ ପଞ୍ଚମ ସ୍ଥାନ ହାସଲ କରିଥିଲା। ଭାରତୀୟ ଦଳ ପକ୍ଷରୁ ୪ ଓଡ଼ିଆ ଖେଳାଳି ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ। ୪ ଓଡ଼ିଆ ଖେଳାଳି ପ୍ରତିନିଧିତ୍ୱ କରିବା ସହିତ ଅଭିଜ୍ଞତା ହାସଲ କରିଛନ୍ତି। ଯାହା ଆଗକୁ ଉକ୍ତ ଖେଳାଳିମାନଙ୍କ ପାଇଁ ସହାୟକ ହେବ ବୋଲି ସହ ପ୍ରଶିକ୍ଷିକା ଶ୍ରଦ୍ଧାଞ୍ଜଳି କହିଛନ୍ତି।

Leave A Reply