www.samajalive.in
Sunday, December 7, 2025
23.1 C
Bhubaneswar

କରୋନା କଟକଣା,ଗୃହିଣୀମାନେ ଘରେ ପାଳିଲେ ସାବିତ୍ରୀ ବ୍ରତ

ଚୌଦ୍ୱାର : କରୋନା ମହାମାରୀ ପ୍ରକୋପରେ ସାରା ରାଜ୍ୟ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। କରୋନା ସଂକ୍ରମଣ ରୋକିବା ପାଇଁ ତାଲାବନ୍ଦ ଲାଗୁ କରାଯିବା ସହିତ ସମସ୍ତ ପୁଜା ପାର୍ବଣ ଉପରେ ରୋକ୍‍ ଲଗା ଯାଇ ମନ୍ଦିର, ଧର୍ମାନୁଷ୍ଠାନ ଆଦି ସ୍ଥାନ ମାନଙ୍କରେ କଡା କଟକଣା ଲାଗୁ କରା ଯାଇଛି। ଫଳ ସ୍ୱରୂପ ଓଡ଼ିଶାରେ ଧୁମ୍‍ ଧାମ୍‍ରେ ପାଳିତ ହେଉଥିବା ବିବାହିତା ମହିଳା ମାନଙ୍କର ମୁଖ୍ୟ ଓଷା ସାବିତ୍ରୀ ବ୍ରତ, ଚଳିତ ବର୍ଷ ଫିକା ହୋଇ ଯାଇଛି। ସ୍ୱାମୀ ମାନଙ୍କର ଦୀର୍ଘାୟୁ ତଥା ପରିବାରର ମଙ୍ଗଳ କାମନା କରି ବିବାହିତା ମହିଳା ମାନେ ନିର୍ଜଳା ଉପବାସ କରିବା ସହିତ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ଏଥର ସମ୍ଭବ ହୋଇ ପାରିନାହିଁ। ଫଳରେ ଗୁରୁବାର ଦିନ ଅନୁଷ୍ଠିତ ଏହି ବ୍ରତରେ ଚୌଦ୍ୱାର ସହର ତଥା ଏହାର ଗ୍ରାମାଞ୍ଚଳ ମାନଙ୍କରେ ଥିବା ଦେବଦେବୀ ମନ୍ଦିର ଗୁଡିକ ଭକ୍ତଶୂନ୍ୟ ଥିବା ଦେଖିବାକୁ ମିଳିଥିଲା। କା ଭାଁ କିଛି ମହିଳା ଲୁଚିଛପି ମନ୍ଦିରକୁ ଆସି ପୁଜା କରିଥିବା ବେଳେ ଅନ୍ୟ ସମସ୍ତ ମହିଳା ନିଜ ନିଜ ଘରେ ଠାକୁରଙ୍କ ପାଖରେ ପୁଜାର୍ଚ୍ଚନା କରିବା ସହିତ ସାବିତ୍ରୀ ବ୍ରତ ବହି ପଢ଼ି ବ୍ରତ ପାଳନ କରିଥିଲେ। ତେବେ ମନ୍ଦିର ଗୁଡିକରେ ରୀତିନୀତି ଅନୁସାରେ ଦେବୀଙ୍କ ପୁଜାର୍ଚ୍ଚନା କରାଯାଇଛି। କରୋନା ଜନିତ ତାଲାବନ୍ଦ ହେତୁ ଲୁଗା ଓ ଫଳମୂଳ ବେପାର ଅତି ମାତ୍ରାରେ ହ୍ରାସ ପାଇଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରିବା ସହିତ ରାଜ୍ୟରୁ କିପରି କରୋନା ମହାମାରୀ ଲୋପ ପାଇବ ସେଥି ନିମନ୍ତେ ଠାକୁରଙ୍କୁ ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତିି ପ୍ରୀୟଙ୍କା ପ୍ରଧାନ, ଅର୍ପିତା ହୋତା, ଲିତା ଦାସ, ବନଜା ଦାସ୍‍, ସ୍ମିତା ମହାନ୍ତି, ଲୋପାମୁଦ୍ରା ରାଉତରାୟ, ମୀରା ଦାସ ଆଦି ଗୃହିଣୀ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories