www.samajalive.in
Saturday, December 6, 2025
26.1 C
Bhubaneswar

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧା ଜଣକ ସୁଲୋଚନା ପଲେଇ ବୋଲି ଜଣାପଡିଛି। ସୁଲୋଚନା ଆଜି ସକାଳେ କୌଣସି କାମରେ ବାହାରକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁଟି ହଠାତ ବୃଦ୍ଧଙ୍କ ନିକଟକୁ ଚାଲି ଆସି ନଖରେ ରାମ୍ପୁଡ଼ି ଏବଂ ଦାନ୍ତରେ କାମୁଡି କ୍ଷତାକ୍ତ କରି ଦେଇଥିଲା। ଏଥିରେ ସୁଲୋଚନା ଗୁରୁତର ଭାବେ ଆହତ ହୋଇଛନ୍ତି। ପରେ ସୁଲୋଚନାଙ୍କ ଚିତ୍କାର ଶୁଣି ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏବଂ ତୁରନ୍ତ ସ୍ଥାନୀୟ ନାକଟିଦେଉଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧା ଜଣଙ୍କର ଡାହାଣ ହାତ ଅଧିକ କ୍ଷତାକ୍ତ ହୋଇଥିବା ବେଳେ ବାମ ହାତ ଏବଂ ମୁଣ୍ଡରେ ମଧ୍ୟ କ୍ଷତ ହୋଇଛି । ବାଟଗାଁ ଫରେଷ୍ଟର ଦିଲ୍ଲିପ କୁମାର ବେହେରା ଖବର ପାଇ ନାକଟିଦେଉଳ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଗତ ତିନି ତାରିଖ ଦିନ ମଧ୍ୟ ନାକଟିଦେଉଳ ବନାଞ୍ଚଳ ରାଇଲ ଫରେଷ୍ଟ ସେକ୍ସନର କୁଡାନାଳି ଗାଁରେ ଉମା ମାଝୀ ନାମକ ଜଣେ ବୃଦ୍ଧା ମଧ୍ୟ ଭାଲୁ କାମୁଡ଼ାରେ ଗୁରୁତର ଆହତ ହୋଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories