www.samajalive.in
Friday, December 5, 2025
20.1 C
Bhubaneswar

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧା ଜଣକ ସୁଲୋଚନା ପଲେଇ ବୋଲି ଜଣାପଡିଛି। ସୁଲୋଚନା ଆଜି ସକାଳେ କୌଣସି କାମରେ ବାହାରକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଭାଲୁଟି ହଠାତ ବୃଦ୍ଧଙ୍କ ନିକଟକୁ ଚାଲି ଆସି ନଖରେ ରାମ୍ପୁଡ଼ି ଏବଂ ଦାନ୍ତରେ କାମୁଡି କ୍ଷତାକ୍ତ କରି ଦେଇଥିଲା। ଏଥିରେ ସୁଲୋଚନା ଗୁରୁତର ଭାବେ ଆହତ ହୋଇଛନ୍ତି। ପରେ ସୁଲୋଚନାଙ୍କ ଚିତ୍କାର ଶୁଣି ପରିବାର ଲୋକ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏବଂ ତୁରନ୍ତ ସ୍ଥାନୀୟ ନାକଟିଦେଉଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧା ଜଣଙ୍କର ଡାହାଣ ହାତ ଅଧିକ କ୍ଷତାକ୍ତ ହୋଇଥିବା ବେଳେ ବାମ ହାତ ଏବଂ ମୁଣ୍ଡରେ ମଧ୍ୟ କ୍ଷତ ହୋଇଛି । ବାଟଗାଁ ଫରେଷ୍ଟର ଦିଲ୍ଲିପ କୁମାର ବେହେରା ଖବର ପାଇ ନାକଟିଦେଉଳ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଗତ ତିନି ତାରିଖ ଦିନ ମଧ୍ୟ ନାକଟିଦେଉଳ ବନାଞ୍ଚଳ ରାଇଲ ଫରେଷ୍ଟ ସେକ୍ସନର କୁଡାନାଳି ଗାଁରେ ଉମା ମାଝୀ ନାମକ ଜଣେ ବୃଦ୍ଧା ମଧ୍ୟ ଭାଲୁ କାମୁଡ଼ାରେ ଗୁରୁତର ଆହତ ହୋଇଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories