www.samajalive.in
Saturday, December 6, 2025
14.1 C
Bhubaneswar

ମହିଳାଙ୍କୁ ବଳାତ୍କାର ଅଭିଯୋଗ, ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା

ମାଲକାନଗିରି: ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ସେ ଦୁଇଦିନ ହେଲା ଚେତାଶୂନ୍ୟ ଅବସ୍ଥାରେ ଥିବାବେଳେ ଏବେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ମହିଳା ଜଣକ ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାମ କରୁଥିଲେ। ତାଙ୍କ ସ୍ବାମୀ ୩ୟ ବିବାହ କରିବା ପରେ ସମୟେ ସମୟେ ତାଙ୍କ ନିକଟକୁ ଯାଇ ତାଙ୍କ ଭଲମନ୍ଦ ପଚାରି ବୁଝୁଥିଲେ। ୨ଦିନ ତଳେ ପୁଲିସ କ୍ୟାଣ୍ଟିନର ଜଣେ କର୍ମଚାରୀ ତାଙ୍କ ଘରକୁ ଆସି ସ୍ତ୍ରୀଙ୍କ ଦେହ ବହୁତ ଖରାପ ଥିବା ସୂଚନା ଦେଇଥିଲେ। ଏହା ପରେ ସ୍ବାମୀ ସ୍ତ୍ରୀ ରହୁଥିବା ସ୍ଥାନକୁ ଯାଇଥିଲେ। ତାଙ୍କ ଘରେ ପହଞ୍ଚିଲା ବେଳକୁ ମହିଳା ଜଣକ ଚେତା ହରାଇ ତଳେ ପଡ଼ିରହିଥିଲେ। ଶରୀରର ଏକାଧିକ ସ୍ଥାନରୁ ରକ୍ତସ୍ରାବ ହେଉଥିବା ଦେଖି ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୨ ଦିନ ଧରି ଚେତାଶୂନ୍ୟ ରହିବା ପରେ ରବିବାର ଅପରାହ୍ନରେ କିଛି ସମୟ ପାଇଁ ତାଙ୍କର ଚେତା ଆସିଥିଲା। ଘଟଣା ସମ୍ପର୍କରେ ସ୍ବାମୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

- Advertisement -

ମାଲକାନଗିରି ମା’ ଘରର ସଦସ୍ୟମାନେ ହସ୍ପିଟାଲ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ମା’ ଘର ପକ୍ଷରୁ ଦାବି ହୋଇଛି। ଏହା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମା’ ଘର ଦାବି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories