www.samajalive.in
Saturday, December 6, 2025
16.1 C
Bhubaneswar

ଭିଡିଓ ଦେଖି ମୁଣ୍ଡ ବୁଲାଇବ ; ଅର୍ଡର କରିଥିଲେ ମାଛ ତରକାରୀ; ବାହାରିଲା ମେଞ୍ଚା ମେଞ୍ଚା ପୋକ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏକ ହୋସ୍‌‌ ଉଡାଇବା ଭଳି ଭିଡିଓ ଭାଇରାଲ୍‌‌ ହେଉଛି। ଯାହାକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ବୁଲାଇଦେବ। ଭିଡିଓରେ ଦେଖାଯାଉଛି, ରେସ୍ତୋରାଁରେ ଜଣେ ଗ୍ରାହକ ଅର୍ଡର କରିଥିବା ମାଛ ତରକାରୀରୁ ଜୀଅନ୍ତା ପୋକ ଗୁଡିକ ବାହାରି ଆସୁଛନ୍ତି। ଗୋଟିଏ କିମ୍ବା ୨ଟି ନୁହେଁ ବରଂ ଅନେକ ମାତ୍ରାରେ ଏହି ପୋକ ଆସୁଛନ୍ତି। ଯାହାକୁ ଦେଖି ଯେ କେହି ମଧ୍ୟ ବିଚଳିତ ହୋଇ ଯିବ। ଚିନ୍ତା କରନ୍ତୁ ସେହି ଗ୍ରାହକଙ୍କୁ କିଭଳି ଅନୁଭବ ହେଉଥିବ..


ଭାଇରାଲ ହେଉଥିବା ଭିଡିଓଟି ନାଗାଲ୍ୟାଣ୍ଡର ଏକ ରେସ୍ତୋରାଁର ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ଜଣେ ମହିଳା ରେସ୍ତୋରାଁରେ ଖାଦ୍ୟ ଅର୍ଡର କରିଥିଲେ। ସେ ଅର୍ଡର କରିଥିବା ମାଛ ତରକାରୀରୁ ପୋକ ଚାଲୁଥିବା ଦେଖିଥିଲେ। ଏହି ଘଟଣା ପରେ ରେସ୍ତୋରାଁରେ ହଙ୍ଗାମା ହୋଇଥିଲା। ଏଭଳି ପୋକ ସାଧାରଣତଃ ଖାଦ୍ୟ ଜିନିଷ ଅଧିକ ଦିନର ହୋଇଥିଲେ କିମ୍ବା ଖାଦ୍ୟ ନଷ୍ଟ ହୋଇ ଯାଇଥିଲେ ସେଥିରେ ଦେଖାଯାଏ। ଏହି ପୋକର ରଙ୍ଗ ହଳଦିଆ ଓ ଧଳା।
ରେସ୍ତୋରାଁରେ ଏଭଳି ଖାଦ୍ୟକୁ ଦେଖି ସ୍ପଷ୍ଟ ହୋଇଛି ଯେ ଏଠାରେ ଆଦୌ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଭିଡିଓ ଦେଖିବା ପରେ ଲୋକେ ନିଜର ମତ ଦେଉଛନ୍ତି। କ୍ରୋଧ ମଧ୍ୟ ପ୍ରକାଶ କରୁଛନ୍ତି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories