ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

ପାଟଣା: ପାଟଣା ଥାନା ଉଦୟପୁର ଗ୍ରାମର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ଥାନାରେ ସ୍ୱାମୀ ସୌମ୍ୟପ୍ରକାଶ ସିଂହଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗ ଅନୁସାରେ, ସୌମ୍ୟପ୍ରକାଶ ବର୍ଷକ ତଳେ ପାଟଣା ବ୍ଲକ ଅନ୍ତର୍ଗତ ବଡଗମ୍ଭାରୀଆ ଗ୍ରାମର ଚାହତ ମହାପାତ୍ର ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସୌମ୍ୟପ୍ରକାଶ ଚାହତଙ୍କୁ ଅଧିକ ଯୌତୁକ ପାଇଁ ବାଧ୍ୟ କରି ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଚାହତ ନିଜ ସ୍ୱାମୀଙ୍କ ସହ ଶାଶୁ ଲୀଳାବତୀ ମହାନ୍ତି ଓ ନଣନ୍ଦ ଜୁଲି ସିଂହ ତାଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିବା ଲିଖିତ ଅଭିଯୋଗ କରିଛନ୍ତି। ଏହା ସହିତ ତାଙ୍କ ବାପା ଓ ବଡବାପାଙ୍କୁ ଗୁଣ୍ଡା ଶ୍ରେଣୀର ଲୋକ ଲଗାଇ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଥାନାରେ ମାମଲାର ଆପୋଷ ସମାଧାନ ହୋଇଥିଲା।

Comments are closed.