www.samajalive.in
Friday, December 12, 2025
16.1 C
Bhubaneswar

ଲିଙ୍ଗରାଜ ସେବାୟତଙ୍କ ଦାବି : ‘୨୪ଘଣ୍ଟାରେ ଉପନିୟମ ପ୍ରତ୍ୟାହାର କର’

ଭୁବନେଶ୍ବର : ଏକାମ୍ରକ୍ଷେତ୍ର‌େ‌ର (ଏନଏମଏ)ର ଐତିହ୍ୟ ଉପନିୟମ ଝଡ଼ ଥମିବା ନାଁ ଧରୁନି। ଗତ ତିନିଦିନ ଧରି ସେବାୟତ ତଥା ରାଜନୈତିକସ୍ତରରେ ବିବାଦ ଉଗ୍ର ରୂପ ନେବାରେ ଲାଗିଛି। ସଭିଁଙ୍କ ଦାବି ଏନଏମଏ ଜାରି କରିଥିବା ଉପନିୟମକୁ ତୁରନ୍ତ ପ୍ରତ୍ୟାହାର କରୁ। ଗୁରୁବାର ସକାଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରମୁଖ ସେବାୟତ ନିଯୋଗ ତରଫରୁ ଏହି ପ୍ରସଙ୍ଗ ଉପରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ପାଖରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗ ସଚ୍ଚିକାନ୍ତ ପୂଜାପଣ୍ଡା, ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଓ ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ୧୯୫୮ରେ ଏଏସଆଇ ସହ ମନ୍ଦିର ପ୍ରଶାସନର ଏକ ଚୁକ୍ତିନାମା ହୋଇଥିଲା। ଏଥିରେ ସ୍ପଷ୍ଟ କରାଯାଇଥିଲା ଏଏସଆଇ ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ କାର୍ଯ୍ୟ ତଥା ମରାମତି ପାଇଁ ମନ୍ଦିର ପ୍ରଶାସନର ଅନୁମତି ନେବ। ସେହିପରି ମନ୍ଦିର ପ୍ରଶାସନ ଐତିହ୍ୟସ୍ଥଳର ବିକାଶ କରିବାକୁ ଚାହିଁଲେ ଏଏସଆଇର ଅନୁମତି ନେବା ପରେ କାର୍ଯ୍ୟ କରିବ। ଏହି ଚୁକ୍ତିନାମାକୁ କେନ୍ଦ୍ର ସରକାର ନଦେଖି ଏକତରଫା ନୀତି ଗ୍ରହଣ କରିଛନ୍ତି। ଏହା କରାଗଲେ ସେ ଅଞ୍ଚଳରେ କୂଅଟିଏ ଖୋଳିଲେ କିମ୍ବା ରଙ୍ଗ ଦେଲେ ଏନଏମଏର ଅନୁମତି ନେବାକୁ ପଡ଼ିବ। ଯାହା ଆଗକୁ ସେବାୟତ ତଥା ମନ୍ଦିର ପ୍ରଶାସନକୁ ଅସୁବିଧା ହେବ। ଏହି ଉପନିୟମ କାର୍ଯ୍ୟକାରୀ ହେଲେ ସେବକଙ୍କ ଘରଦ୍ବାର ରହିବନି। ଅନ୍ୟପକ୍ଷରେ ଏକାମ୍ରର ବିକାଶ କାର୍ଯ୍ୟରେ ବାଧା ଉପୁଜିବ। ଏହାକୁ ନେଇ ସେବାୟତ ନିଯୋଗ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରତ୍ୟାହାର କରିବାକୁ ୨୪ଘଣ୍ଟା ସମୟ ଦେଇଛନ୍ତି। କେନ୍ଦ୍ର ସରକାର ଏହି ନିୟମକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଶହ ଶହ ସଂଖ୍ୟକ ସେବାୟତ ଏକାଠି ହୋଇ ମନ୍ଦିର ଆଗରେ ଦୀପଜାଳି ଧାରଣା ଦେବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories