www.samajalive.in
Friday, December 5, 2025
17.1 C
Bhubaneswar

କୋଭିଡ-୧୯ ସହିତ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯଥେଷ୍ଟ ଉନ୍ନତି ଘଟିଛି : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ସଂକ୍ରମଣ ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଛି। ଦେଶରେ ଏଯାବତ ୯୫୮ଟି ଉତ୍ସର୍ଗିକୃତ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଯେଉଁଥି​ରେ ୧,୬୭,୮୮୩ଟି ଏକାନ୍ତବାସ ଶଯ୍ୟା, ୨୧,୬୧୪  ଆଇସିୟୁ ଶଯ୍ୟା ଏବଂ ୭୩,୪୬୯ ଅମ୍ଳଜାନ ସହାୟକ ଶଯ୍ୟାର ବ୍ୟବସ୍ଥା ରହିଛି। ସେହିପରି  ୨,୩୧୩ଟି ଉତ୍ସର୍ଗିକୃତ କୋଭିଡ-୧୯ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧,୩୩,୦୩୭ଟି ଏକାନ୍ତବାସ ଶଯ୍ୟା, ୧୦,୭୪୮ଟି ଆଇସିୟୁ ଶଯ୍ୟା ଏବଂ ୪୬,୬୩୫ଟି ଅମ୍ଳଜାନ ସହାୟକ ଶଯ୍ୟା କାର୍ୟ୍ୟକ୍ଷମ ରହିଛି । ଅପରପକ୍ଷରେ ୭,୫୨୫ କୋଭିଡ ଯତ୍ନ କେନ୍ଦ୍ରରେ ୭,୧୦,୬୪୨ ଶଯ୍ୟା ବର୍ତ୍ତମାନ ଦେଶରେ ଉପଲବ୍ଧ ରହିଛି । ଏଥିସହ ୨୧,୪୯୪ଟି ଭେଣ୍ଟିଲେଟର ଯୁକ୍ତ ଶଯ୍ୟା ମଧ୍ୟ ଉପଲବ୍ଧ ରହିଛି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ୧୨୮.୪୮ ଲକ୍ଷ ଏନ-୯୫ ମାସ୍କ, ୧୦୪.୭୪ ଲକ୍ଷ ପିପିଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇଦେଇଛି । ଏହାଛଡା କେନ୍ଦ୍ର ସରକାର ଆଉ ୬୦,୮୪୮ଟି ଭେଣ୍ଟିଲେଟର ପାଇଁ ମଧ୍ୟ ବରାଦ ଦେଇଛନ୍ତି। ସେହିପରି ୫୫୩ଟି ସରକାରୀ ଓ ୨୩୧ଟି ଘରୋଇ ଏହିପରି ମୋଟ ୭୮୪ ପରୀକ୍ଷାଗାର ସହ ଆଇସିଏମଆରର ପରୀକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୯ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି । କୋଭିଡ-୧୯ ସଂକ୍ରାନ୍ତ ମନ୍ତ୍ରୀଗୋଷ୍ଠୀ ସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି।

ସେହିପରି ଦେଶରେ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିବା ସତ୍ଵେ କୋଭିଡ-୧୯ ପାଇଁ ଥିବା ପ୍ରତିଷେଧକ ବ୍ୟବସ୍ଥାରେ ସାଲିସ ନ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଦେଶ ବର୍ତ୍ତମାନ ଅନଲକ -୧ ପର୍ଯ୍ୟାୟରେ ପହଞ୍ଚିଛି । ସେଦୃଷ୍ଟିରୁ ଅନେକ କଟକଣା ମଧ୍ୟ ହଟାଯାଇଛି, ତେବେ ଆମକୁ ଅଧିକ ଶୃଙ୍ଖଳିତ ରହି ସାମାଜିକ ଦୁରତ୍ଵ, ସର୍ବସାଧାରଣ ସ୍ଥାନରେ ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ନିୟମ ମାନିବାକୁ ହେବ । ଏଥିରେ କୌଣସି କୋହଳତା ଅବଲମ୍ବନ କରିବା ଅନୁଚିତ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏପର୍ୟ୍ୟନ୍ତ ଦେଶରେ ୧୨.୫୫ କୋଟିରୁ ଅଧିକ ଲୋକ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିଥିବା ଜଣାପଡିଛି।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories