www.samajalive.in
Sunday, December 7, 2025
26.1 C
Bhubaneswar

୫ ଦିନ ପର୍ଯ୍ୟନ୍ତ ହାଡଭଙ୍ଗା ଜାଡ,ଶୀତଲହରୀ ସହ ଘନ କୁହୁଡି

ନୂଆଦିଲ୍ଲୀ : ଉତ୍ତର ଭାରତ,ପାହାଡି ଅଞ୍ଚଳ ଠାରୁ ଆରମ୍ଭ କରି ଅଧିକାଂଶ ସ୍ଥାନରେ ହାଡ ଭଙ୍ଗା ଜାଡ କାରଣରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଘନ କୁହୁଡି ସାଙ୍ଗକୁ ଭୀଷଣ ଶୀତ ଲହରୀ ସମସ୍ୟାକୁ ଆହୁରି ବଢାଇ ଦେଇଛି। ଦୃଶ୍ୟମାନ କମ ହେବା କାରଣରୁ ଯାତାୟାତ ପାଇଁ ବାଧା ସୃଷ୍ଟି ହୋଇଛି। ଦିଲ୍ଲୀରେ ୩୮୦ରୁ ଅଧିକ ବିମାନ ଉଡାଣରେ ବିଳମ୍ବ ହୋଇଛି। ୩୫ଟି ବିମାନକୁ ବାତିଲ କରାଯାଇଛି। ଏହାସହ ୧୨୫ଟି ଟ୍ରେନ ବିଳମ୍ବରେ ଚାଲୁଛି। ହରିୟାଣାର ମନ୍ଦ୍ରେଗଡ ଓ ପଞ୍ଜାବର ଶହୀଦ ଭଗତ ସିଂ ନଗରରେ ତାପମାତ୍ରା ଶୂନରୁ ତଳକୁ ଖସି ଯାଇଛି।

ଅନ୍ୟ ବହୁ ସହରରେ ସମାନ ପରିସ୍ଥିତି ଦେଖାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଉତ୍ତର ଭାରତରେ ଆସନ୍ତା ୫ ଦିନ ଘନ କୁହୁଡି ସମସ୍ୟା ଲାଗି ରହିବାର ସମ୍ଭାବନା ରହିଛି। ଅଧିକାଂଶ ଅଞ୍ଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେବ। ସେହିପରି ଉତ୍ତର-ପଶ୍ଚିମ ଭାରତରେ ପାଞ୍ଚ ଦିନ ପର୍ଯ୍ୟନ୍ତ ଶୀତ ଲହରୀରୁ ତ୍ରାହି ମିଳିବ ନାହିଁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories