www.samajalive.in
Saturday, December 6, 2025
26.1 C
Bhubaneswar

୪ ଦିନ ଯାଏଁ ଘନ କୁହୁଡ଼ି , ୧୦ ଡ଼ିଗ୍ରୀ ତଳେ ୪ଟି ସହରର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ୪ ଦିନ ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଥିବା ବେଳେ ୧୦ ଡ଼ିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୭.୪ ଡ଼ିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି। ଦାରିଙ୍ଗବାଡ଼ି ୯, ଟିଟିଲାଗଡ଼୯.୧, ଅନୁଗୁଳ ୯.୬ ରହିଛି। ଏହାସହ ଆସନ୍ତା ୩ ରୁ ୪ ଦିନ ଯାଏଁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଜିଲାରେ ମଧ୍ୟ ଘନ କୁହୁଡ଼ି ହେବ। ଆସନ୍ତା ୧୬ରେ ୮ଟି ଜିଲା ଓ ୧୭ରେ ୭ଟି ଜିଲା ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି କରାଯାଇଛି। କଟକ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ପୁରୀ ଓ ନୟାଗଡ଼ ଜିଲା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories