www.samajalive.in
Saturday, December 6, 2025
26.1 C
Bhubaneswar

ରିଆତିମୂଳକ ବାଣିଜ୍ୟ ପାଇଁ ଭାରତ ଉଜବେକିସ୍ଥାନ ରାଜି

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍.ଜୟଶଙ୍କର ଏବଂ ଉଜବେକିସ୍ଥାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବଦୁଲ ଅଜିଜ୍‍ କାମିଲଭ୍‍ ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ସଂପର୍କ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ଏଥିରେ ବାଣିଜ୍ୟ, ପୁଞ୍ଜି ନିବେଶ ଏବଂ ବାଣିଜ୍ୟିକ ସୁବିଧା ପ୍ରଦାନ ଆଦି ପ୍ରସଙ୍ଗ ସ୍ଥାନ ପାଇଛି। ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ବୃଦ୍ଧିକୁ ଉଭୟ ଦେଶ ଗୁରୁତ୍ୱ ଦେଇଛନ୍ତି ଏବଂ ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ମଧ୍ୟ ଏକମତ ହୋଇଛନ୍ତି। କେଉଁକେଉଁ କ୍ଷେତ୍ରରେ ପୁଞ୍ଜି ନିବେଶ ହୋଇପାରିବ ଏବଂ ବାଣିଜ୍ୟ କାରବାର ଅଧିକ ସୁଗମ ହେବ, ସେ ନେଇ ଦୁଇ ବୈଦେଶିକ ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି।

ବାଣିଜ୍ୟ କ୍ଷେତ୍ରରେ ପାରସ୍ପରିକ ରିଆତିମୂଳକ ବାଣିଜ୍ୟର ଆବଶ୍ୟକତାକୁ ଉଭୟ ଗୁରୁତ୍ୱ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଉଜବେକିସ୍ଥାନକୁ ୨ଶହ ମିଲିୟନ ଡଲାର ଋଣ ଯୋଗାଣ ପ୍ରସ୍ତାବକୁ ସମର୍ଥନ କରିବା ସହ ତୁରନ୍ତ ଏହାର କାର୍ଯ୍ୟକାରୀ ହେବା ସପକ୍ଷରେ ମତ ଦେଇଛନ୍ତି। କେଉଁ କେଉଁ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହୋଇପାରିବ, ସେ ସଂକ୍ରାନ୍ତରେ ତୁରନ୍ତ ପ୍ରକଳ୍ପ ରିପୋର୍ଟ ଦେବାକୁ ସେ ଉଜବେକିସ୍ଥାନ ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି। ଦୁଇଦେଶ ମଧ୍ୟରେ ରଣକୌଶଳାତ୍ମକ ସଂପର୍କ ଭଲ ଥିବାରୁ ଉଭୟ ପକ୍ଷ ଏହି ପ୍ରକ୍ରିୟାକୁ ଅବ୍ୟାହତ ରଖିବା ସହ ୨୦୨୦ରେ ଉଜବେକ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଯେଉଁ ରାଜିନାମା ହୋଇଥିଲା, ତାହାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି।

- Advertisement -

ଉଜବେକ ବୈଦେଶିକ ମନ୍ତ୍ରୀ କାମିଲଭ୍‍ ତାଙ୍କ ଦେଶର ଅର୍ଥନୀତିର ଉଦାରୀକରଣ, ଶିଳ୍ପ ଓ ବାଣିଜ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି, ବିଦେଶୀ ପୁଞ୍ଜି ନିବେଶ, ଭାରତୀୟ କମ୍ପାନିମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ ଆଦି ପ୍ରସଙ୍ଗରେ ଜୟଶଙ୍କରଙ୍କୁ ଅବଗତ କରାଇଥିଲେ। ଦୁଇ ବୈଦେଶିକ ମନ୍ତ୍ରୀ ପ୍ରତିରକ୍ଷା, ଆତଙ୍କବାଦ ନିରୋଧ କାର୍ଯ୍ୟ, ସୁରକ୍ଷା, ସୂଚନା ଓ ପ୍ରଯୁକ୍ତି, ସାଂସ୍କୃତିକ ବିନିମୟ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories