ଜାଣନ୍ତୁ କେଉଁ ଦିଗରେ ଟାଙ୍ଗିବେ କେଉଁ ୱିଣ୍ଡ ଚାଇମ୍ସ
ପ୍ରତ୍ୟେକ ଗୃହିଣୀ ଚାହାନ୍ତି ଯେ ସେମାନଙ୍କ ଘରେ ସୁଖସୌଭାଗ୍ୟ ଭରିଯାଉ। ଏଥିପାଇଁ ପୂଜାପାଠ କରିବାରେ ମଧ୍ୟ ଊଣା କରନ୍ତି ନାହିଁ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଘରର ନିର୍ଦିଷ୍ଟ କୋଣରେ ୱିଣ୍ଡ ଚାଇମ୍ସ ଟଙ୍ଗାଇଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ।
– ବାସ୍ତୁବିତଙ୍କ ମତରେ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ମାଟିର ୱିଣ୍ଡ ଚାଇମ୍ସ ଟଙ୍ଗାଇଲେ ତାହା ନକାରାତ୍ମକ ଶକ୍ତି ଦୂର କରେ। ଏହି ଦିଗରେ ୱିଣ୍ଡ ଚାଇମ୍ସ ଟଙ୍ଗାଇଲେ ଦମ୍ପତିଙ୍କ ମଧ୍ୟରେ କଳିଝଗଡ଼ା ହୋଇନଥାଏ।
– ପୂର୍ବ ଦିଗରେ କାଠର ୱିଣ୍ଡ ଚାଇମ୍ସ ଟଙ୍ଗାଇଲେ ଘରେ ଧନଧାନ୍ୟର ଅଭାବ ଉପୁଜିନଥାଏ।
– ରୋଗରୁ ପରିବାରର ସଦସ୍ୟ ରକ୍ଷା ପାଇବାକୁ ଚାହୁଁଥିଲେ ୫ଟି ରଡ୍ ଥିବା ୱିଣ୍ଡ ଚାଇମ୍ସ ଟଙ୍ଗାଇଲେ ତାହାର ଉତ୍ତମ ପ୍ରଭାବ ପଡ଼େ।