ୱିମ୍ବଲଡନ୍ – ୨ୟ ରାଉଣ୍ଡରେ ବାର୍ଟି, ଭିନସ୍ ଓ ଜେରେଭ୍
ଲଣ୍ଡନ୍: ଚଳିତ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ରେ ମଙ୍ଗଳବାର ୨ୟ ଦିନରେ ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ ଆସ୍ଲେ ବାର୍ଟି ଓ ୯୦ତମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭିନସ୍ ୱିଲିୟମ୍ସ ଏବଂ ପୁରୁଷ ସିଙ୍ଗଲ୍ସରେ ୪ର୍ଥ ସିଡ୍ ଆଲେକ୍ଜାଣ୍ଡର ଜେରେଭ୍ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟି କଡ଼ା ମୁକାବିଲା ପରେ ସ୍ପେନ୍ର କାର୍ଲା ସ୍ବାରେଜ୍ ନାଭାରୋଙ୍କୁ ୬-୧, ୬-୭, ୬-୧ ସେଟ୍ରେ ପରାସ୍ତକରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଜୀବନର ୯୦ତମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଆମେରିକାର ଭିନସ୍ ୱିଲିୟମ୍ସ ପ୍ରଥମ ରାଉଣ୍ଡରେ ରୋମାନିଆର ମିହେଲା ବୁଜାର୍ନେସ୍କ୍ୟୁଙ୍କୁ ୭-୫, ୪-୬, ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ଭିନସ୍ ୫ ଥର ୱିମ୍ବଲଡନ୍ ଚମ୍ପିଆନ୍ ହୋଇଛନ୍ତି। ୮ମ ସିଡ୍ ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ୭-୫, ୬-୪ ସେଟ୍ରେ ସ୍ଲୋଭେନିଆର ତାମାରା ଜିଦାନ୍ସେକ୍ଙ୍କୁ ପରାସ୍ତ କରିଛନ୍ତି। ୧୩ଶ ସିଡ୍ ବେଲ୍ଜିୟମ୍ର ଏଲିଜ୍ ମର୍ଟେନ୍ସ ୬-୩, ୬-୧ ସେଟ୍ରେ ଇଂଲଣ୍ଡର ହାରିଏଟ୍ ଡାର୍ଟଙ୍କୁ ପରାସ୍ତ କରିଛନ୍ତି। ୧୫ଶ ସିଡ୍ ଗ୍ରୀସ୍ର ମାରିଆ ସାକାରି ୬-୧, ୬-୧ ସେଟ୍ରେ ନେଦରଲାଣ୍ଡ୍ସର ଆରନ୍ତ୍ସା ରସ୍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ୪ର୍ଥ ସିଡ୍ ଜର୍ମାନୀର ଆଲେକ୍ଜାଣ୍ଡର ଜେରେଭ୍ ୬-୩, ୬-୪, ୬-୧ ସେଟ୍ରେ ନେଦରଲାଣ୍ଡ୍ସର ଟାଲନ୍ ଗ୍ରିକ୍ସ୍ପୁଅରଙ୍କୁ ପରାସ୍ତ କରିଛନ୍ତି। ୯ନଂ ସିଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନ୍ ୬-୩, ୬-୪, ୬-୦ ସେଟ୍ରେ ଫ୍ରାନ୍ସର ବିନଏଟ୍ ପାଇରେଙ୍କୁ ପରାସ୍ତ କରିଛନ୍ତି। ୨୨ନଂ ସିଡ୍ ଇଂଲଣ୍ଡର ଡାନିଏଲ୍ ଇଭାନ୍ସ ୭-୬, ୬-୨, ୭-୫ ସେଟ୍ରେ ସ୍ପେନ୍ର ଫେଲିସିଆନୋ ଲୋପେଜ୍ଙ୍କୁ ପରାସ୍ତ କରିଛନ୍ତି। ୨୬ନଂ ସିଡ୍ ଇଟାଲୀର ଫାବିଓ ଫୋଗ୍ନିନି ୭-୬, ୬-୨, ୬-୪ ସେଟ୍ରେ ସ୍ପେନ୍ର ଆଲ୍ବର୍ଟ ରାମୋସ୍-ଭିନୋଲାସ୍ଙ୍କୁ ପରାସ୍ତ କରିଛନ୍ତି। ତେବେ ୧୫ନଂ ସିଡ୍ ଆମେରିକାର ଆଲେକ୍ସ ଡି ମିନୌରଙ୍କୁ ଆମେରିକାର ସେବାଷ୍ଟିଆନ୍ କୋର୍ଡାଙ୍କୁ ପରାସ୍ତ କରିଛନ୍ତି।
Comments are closed.