www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିରେ ମିଶିବା ନେଇ ଏମିତି କହିଲେ ପ୍ରକାଶ ରାଜ

ନୂଆଦିଲ୍ଲୀ: ପ୍ରକାଶ ରାଜ ବିଜେପିରେ ସାମିଲ ହେବା ନେଇ ସାମାଜିକ ଗଣମାଧ୍ୟମରେ ଖବର ବେଶ୍‌ ଭାଇରାଲ ହେଉଥିଲା। The Skin Doctor ନାମକ ଏକ୍ସ ଆକାଉଣ୍ଟରୁ କରାଯାଇଥିବା ଟ୍ୱିଟ୍ ପରେ ଏହି ଗୁଜବ ବ୍ୟାପିଥିଲା। ସେ ଏକ୍ସରେ ଲେଖିଥିଲେ, ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଏପ୍ରିଲ ୪ ତାରିଖ ଦିନ ୩ଟାରେ ବିଜେପିରେ ସାମିଲ ହେବେ। ଏହି ଟ୍ବିଟ୍‌ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଥିଲା। ବିଜେପିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଚିନ୍ତାଧାରା ପୋଷଣ କରୁଥିବା ପ୍ରକାଶ କିପରି ସେହି ଦଳରେ ସାମିଲ ହୋଇପାରିବେ ସେନେଇ ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଟ୍ବିଟ୍‌ ପ୍ରକାଶଙ୍କ ନିକଟରେ ପହଞ୍ଚିବା ପରେ ଏବେ ସେ ଏହା ଉପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି।


ପ୍ରକାଶ ଟ୍ବିଟ୍‌ କରିଛନ୍ତି, ‘‘ମୋତେ ଲାଗୁଛି ସେମାନେ ହୁଏତ ଚେଷ୍ଟା କରିଥିବେ କିନ୍ତୁ ତା’ପରେ ଅନୁଭବ କଲେ ଯେ ସେମାନେ ମୋତେ କିଣିବା ପାଇଁ ଯଥେଷ୍ଟ ଧନୀ(ଆଦର୍ଶଗତ ଭାବରେ) ନୁହଁନ୍ତି। ବନ୍ଧୁମାନେ ଆପଣଙ୍କୁ କ’ଣ ଲାଗୁଛି?’’ ପ୍ରକାଶ ଏହି ବାର୍ତ୍ତା ସହିତ ତିନୋଟି ହସ ଇମୋଜି ଦେଇଛନ୍ତି।

ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଦାମ୍ ମାତ୍ର ଏତିକି…

- Advertisement -

ପ୍ରକାଶଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ତାଙ୍କର ଏପରି କୌଣସି ଯୋଜନା ନାହିଁ। ଏହା କେବଳ ଏକ ଗୁଜବ ଥିଲା, ଯାହା ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି। କିନ୍ତୁ ବର୍ତ୍ତମାନର ମାହୋଲ ଏପରି ଯେ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଖବରକୁ ସତ ବୋଲି ମାନିନେଲେ ଏବଂ ଚର୍ଚ୍ଚା ଆରମ୍ଭ ହେଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories