www.samajalive.in
Saturday, December 6, 2025
26.1 C
Bhubaneswar

ଜେଲ୍ ହାଜତକୁ ଗଲା ପତ୍ନୀହନ୍ତା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍‌ ପଡାର ମନୀଷା ବଗର୍ତ୍ତି ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମୃତ ମନୀଷାର ସ୍ୱାମୀ କାହ୍ନଚରଣ ଦାସକୁ ଆଜି କୋର୍ଟ ଚାଲାଣ କରଯାଇଥିବା ପୁଲିସ ସୁତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶ। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ କାହ୍ନଚରଣକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବାର ଜଣାପଡିଛି। ସୂଚିତ ଯେ, ଗତକାଲି ମନୀଷାର ଅସ୍ୱାଭାବିକ ମୃତ୍ୟୁ ହେବା ପରେ ମନୀଷାର ବାପା ରେଙ୍ଗାଲି ଥାନାକୁ ଆସି ମୋର ଝିଅକୁ ଯୌତୁକ ପାଇଁ ବାରମ୍ବାର ନିର୍ଯ୍ୟାତନା ଦିଆଯାଉଥିଲା। ଯୌତୁକ ଦେଇ ନ ପାରିବାରୁ ମୋର ଝିଅକୁ ଜ୍ୱାଇଁ କାହ୍ନୁଚରଣ ହତ୍ୟା କରିଛି ବୋଲି ଏତଲା ଦେଇଥିଲେ। ଏହାପରେ ରେଙ୍ଗାଲି ଥାନା ରେ କେସ୍ ନଂ-୨/୨୦୨୧ ଦଫା ୪୯୮(ଏ),୩୦୨,୩୦୪ବି୪ଡିପି ଆକ୍ଟ ରେ ମାମଲା ରୁଜୁ କରାଯାଇ ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିଲେ। ଶବକୁ ଜବତ କରାଯାଇ ଏସଡିପଡିଓ ତପନ ମହାନ୍ତିଙ୍କ ଉପସ୍ଥିତିରେ ପଞ୍ଚନାମା କରାଯିବା ସହିତ ଆଜି ସାଇନ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଅବଶ୍ୟକ ଯାଞ୍ଚ ଏବଂ ନମୁନା ସଂଗ୍ରହ କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରଯାଇଥିଲା।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories