www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ ଦାବିରେ ବାଙ୍କୀ ବିଜେପିର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ବାଙ୍କୀ: ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିବା ମାହାଙ୍ଗା ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ କୂଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ଏବଂ ପରୋକ୍ଷରେ ସମ୍ପୃକ୍ତ ଥିବା ଅପରାଧିଙ୍କୁ ଗିରଫ ଦାବିରେ ବାଙ୍କୀ ବିଜେପି ପକ୍ଷରୁ ବାଙ୍କୀ ଥାନା ଓ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିକ୍ଷୋଭକାରୀ ମାନେ ଅଭିଯୁକ୍ତ ଅପରାଧୀମାନଙ୍କୁ ଗିରଫ କରାଯିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିସ୍କାର ଦାବି କରିଥିଲେ। ବାଙ୍କୀ ବିଜେପି କାର୍ଯ୍ୟାଳୟରୁ ଶତାଧିକ ବିଜେପି କର୍ମୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ଦଳୀୟ ପତାକା ଓ ସ୍ଲୋଗାନ ଦେଇ ବାଙ୍କୀ ସହର ପରିକ୍ରମା ପରେ ବାଙ୍କୀ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ସେହିପରି ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ବ୍ଲକ ପରିସରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

 

- Advertisement -

ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା ସଂଗ୍ରାମ ବିଭୂତୀରାୟ,ଜୟନ୍ତ ବେଉରା, କଳାପଥର ମଣ୍ଡଳ ସଭାପତି ଶୁଷାନ୍ତ ଭଟ୍ଟ,ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ, ବ୍ରହ୍ମପୁରା ମଣ୍ଡଳ ସଭାପତି ଦିଲ୍ଲିପ ଦାସ, ଲକ୍ଷ୍ମୀଧର ବେହେରା, ଅଜିତ ସୁବୁଦଧି, ହେମନ୍ତ ଜେନା, ରମାକାନ୍ତ ସାହୁ, ଜଗନ୍ନାଥ ନାୟକ, ଗୋପାଳପୁର ମଣ୍ଡଳ ସଭାପତି ବିପ୍ରବର ଲେଙ୍କା, ଶିବ ପ୍ରସାଦ ମାଝୀ, ସଞ୍ଜୟ ରଣା, କମଳାକାନ୍ତ ପ୍ରହରାଜ ପ୍ରମୁଖ ସମେତ ଶତାଧିକ କର୍ମୀ ଶାସକ ବିଜେଡିକୁ ନିନ୍ଦା କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ବାଙ୍କୀ ଭାରତୀୟ ଜନତା ପାର୍ଟି ସୌଜନ୍ୟତାରେ ଏହି ବିକ୍ଷୋଭ କାର୍ଯ୍ୟ ସଞ୍ଚାଳିତ ହୋଇଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories