www.samajalive.in
Sunday, December 7, 2025
13.1 C
Bhubaneswar

ଧାନ ବିକ୍ରି ସମସ୍ୟା ଉତ୍କଟ …ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ରେଙ୍ଗାଲି : ଧାନ ବିକ୍ରି କରିବେ ବୋଲି ସମବାୟ ଏବଂ ଯୋଗାଣ ବିଭାଗ ଚାଷୀଙ୍କୁ ଟୋକନ୍ ଦେଉଛନ୍ତି। କିନ୍ତୁ କ୍ଷୋଭର ବିଷୟ ଯେ ଟୋକନ୍ ପାଇଥିବା ଚାଷୀ ଧାନ ବୋଝେଇ ଗାଡି ବଜାର ଉପ-ପ୍ରାଙ୍ଗଣକୁ ଆଣିଲେ ବି ଟାର୍ଗେଟ୍ ନାହିଁ, ଧାନ କିଣା ଯିବ ନାହିଁ ବୋଲି କହି ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଚାଷୀ ମାନଙ୍କୁ ଅଯଥାରେ ହଇରାଣ ହରକତ କରି ଖର୍ଚ୍ଚାନ୍ତ କରୁଛନ୍ତି। ଏହାର ପ୍ରତିବାଦ ଏବଂ ବଜାର ଉପ-ପ୍ରାଙ୍ଗଣକୁ ଆଣିଥିବା ଧାନ କିଣିବା ଦାବିରେ ଚାଷୀମାନେ ଦିନ ୧୦ଟାରୁ ରେଙ୍ଗାଲି ତହସିଲ ଛକରେ ଧାନ ବୋଝେଇ ଟ୍ରାକ୍ଟର ଏବଂ ଅନ୍ୟ ଯାନବାହନ ଛିଡା କରି ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଖବର ପାଇ ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଏସଡିପିଓ ତପନ ମହାନ୍ତି, ରେଙ୍ଗାଲି ଥନା ଅଧିକାରୀ ଧବଳେସ୍ୱର ସାହୁ, ଠେଲକୁଲି ଆଇଆଇସି ପ୍ରକାଶ କୁମାର କର୍ଣ, କତରବଗା ଆଇଆଇଆସି ଅଜୟ ଜେନା ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରି ବୁଝାସୁଝା କରି ଆଜି ୩ହଜାର କୁଇଣ୍ଟାଲ୍ ଧାନ କିଣାଯିବାର ପ୍ରତିଶ୍ରୁତି ଦେଲା ପରେ ଅପରାହ୍ନ ୪ଟା୩୦ ମିନିଟ୍ ସମୟରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

- Advertisement -

ଉଲ୍ଲେଖେଯାଗ୍ୟ ଯେ, ଗତ ଦୁଇ ସପ୍ତାହ ହେଲା ଟାର୍ଗେଟ୍ ବାହାନାରେ ଲପଙ୍ଗା ସେବା-ସମବାୟ ସମିତିରୁ ଆସିଥିବା ୫ହଜାର କୁଇଣ୍ଟାଲ୍, ବାବୁଖିଣ୍ଡା ସେବା-ସମବାୟ ସମିତିର ୮ଶହ କୁଇଣ୍ଟାଲ୍ ଏବଂ ରେଙ୍ଗାଲି ସେବ-ସମବାୟ ସମିତିରୁ ଆସିଥିବା ୨ହଜାର କୁଇଣ୍ଟାଲ୍ ଧାନ ବଜାର ଉପ-ପ୍ରାଙ୍ଗଣରୁ ବିକ୍ରି ନ ହୋଇ ଚାଷୀ ଘରକୁ ଫେରାଇ ନେଇଥିଲେ। ଗତ ବୁଧବାର ଦିନ ଲପଙ୍ଗା ସେବ- ସମବାୟ ସମିତିରୁ ଟୋକନ୍ ପାଇଥିବା ଚାଷୀ ରେଙ୍ଗାଲି ବଜାର ଉପ-ପ୍ରାଙ୍ଗଣକୁ ଧାନ ବୋଝେଇ ଗାଡି ନେଇ ଚାଷୀ ଆସିଥିଲେ । ଟାର୍ଗେଟ୍ ନାହିଁ ବୋଲି ୧୪ ଟି ଗାଡିର ଧାନ ଫେରାଇ ଦିଆଗଲା। ଆଜି ପୁଣି ଉକ୍ତ ଚାଷୀ ଏବଂ ପୂର୍ବରୁ ଧାନ ଫେରାଇ ନେଇଥିବା ରେଙ୍ଗାଲି ଏବଂ ବାବୁଖିଣ୍ଡା ସେବା ସମବାୟ ସମିତିର ଚାଷୀମାନେ ଧାନ ବିକ୍ରି ପାଇଁ ଆଣିଥିବା ବେଳେ ସମାନ ଉତ୍ତର ଦେବାରୁ ଚାଷୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅସନ୍ତୁଷ୍ଟ ଚାଷୀ ବଜାର ଉପ-ପ୍ରାଙ୍ଗଣରୁ ସମସ୍ତ ଧାନ ବୋଝେଇ ଯାନବାହାନ ଧରି ତହସିଲ ଛକକୁ ଆସି ରାସ୍ତାରୋକ କରିଥିଲେ। ଧାନ ବିକ୍ରି କରିବାକୁ ସରକାର ଆମକୁ ଟୋକନ୍ ଦେଇଛନ୍ତି। ଆମେ ତ ଟୋକନ୍ ର ଧାନ ବିକ୍ରି କରିନାହୁଁ । ଟାର୍ଗେଟ୍ କେମିତି ପୁରା ହୋଇଗଲା ବୋଲି ଚାଷୀ ମାନେ ପ୍ରଶ୍ନ କରୁଛନ୍ତି। ସମବାୟ ବିଭାଗର ଉଚ୍ଚ ଅଧିକାରୀ-ଯୋଗାଣ ଅଧିକାରୀ ମିଲର୍ସ ଏବଂ ବେପାରୀଙ୍କ ଅସାଧୁ ମେଣ୍ଟ ମଧୁଚନ୍ଦ୍ରିକା କରି ଟାର୍ଗେଟ୍ ପୁରା ଆଳ ଦେଖାଇ ଆମକୁ ଅଭାବି ବିକ୍ରି ଆଡକୁ ଠେଲି ଦେବାକୁ ବାଧ୍ୟ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଆଜିର ଏହି ଆନ୍ଦୋଳନରେ ଗିରିଶ କୁମାର ସାହୁ, ଶିବନାଥ ସାହୁ, ଅଶ୍ୱିନି ବାରିକ,ସୁବାସ ସାହୁ,ନିଖିଲ ସାହୁ, ପ୍ରେମାନନ୍ଦ ବ୍ରିନେଦ୍ (ଟୁନୁ) ପରମାନ୍ଦ କିସାନ ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ପରିଷଦ ଜୋନ୍ (୧) ସଭ୍ୟ ତିରୋଜ ହେଡେଞ୍ଜା ଏବଂ ଜିଲ୍ଲା ପରିଷଦ ଜୋନ୍ (୨) ସଭ୍ୟା ଉତ୍ପଲା ଧୁରୁଆ ଅନନ୍ଦୋଳନରେ ସାମିଲ ହୋଇ ଆନ୍ଦୋଳନରତ ଚାଷୀଙ୍କୁ ଉତ୍ସାହିତ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories