www.samajalive.in
Monday, December 8, 2025
13.1 C
Bhubaneswar

ପତିଙ୍କୁ ବଞ୍ଚାଇବାକୁ ଯାଇ ଗୁଳି ମାଡରେ ପତ୍ନୀ ମୃତ

ନୂଆଦିଲ୍ଲୀ ..-  ଦେଶର ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ବିବାହ ଉତ୍ସବରେ ଗୀତ ବାଜିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ରାତି ଅଧରେ  ଏକ ବିବାହ ସମୋରୋହରେ ଗୀତ ବାଜୁଥିଲା ।  ଏହାପରେ ଗୀତକୁ ନେଇ   ସଜ୍ଜନ ନାମକ ବ୍ୟକ୍ତିଙ୍କ ସହ ସନ୍ଦୀପ ଓ ଆକାଶ ନାମକ ଦୁଇ ଜଣ ଯୁବକ ଗଣ୍ଡଗୋଳ କରିଥିଲେ ।

ପରେ ସେମାନେ ସଜ୍ଜନଙ୍କୁ ମାରିବାକୁ ଏମାନେ ବନ୍ଧୁକ କାଢିଥିଲେ । ନିଜ ପତିଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ପତ୍ନୀ ଆଗକୁ ଆସିଥିଲେ । ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପରେ ଚଣ୍ଡୀଗଡରୁ ଏହି ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଛି ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories