www.samajalive.in
Friday, December 5, 2025
26.1 C
Bhubaneswar

ହ୍ବାଟ୍ସଆପ୍‌ରେ ଫାଇଲ୍ ଡାଉନ୍‌ଲୋଡ ବେଳେ ସମସ୍ୟା ହେଉଛି କି ?

ନୂଆଦିଲ୍ଲୀ: ଆଜିକାଲିର ସମୟରେ ହ୍ବାଟ୍ସଆପ୍ ଆମ ଦୈନିନ୍ଦିନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଗଲାଣି। ଅନ୍ୟମାନଙ୍କ ସହ ଚାଟିଂ କିମ୍ବା ଯୋଗାଯୋଗରେ ରହିବା ଲାଗି ପ୍ରାୟ ୯୦ ପ୍ରତିଶତ ଲୋକ ହ୍ବାଟ୍ସଆପ୍ କୁ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଅଫିସ ସମ୍ବନ୍ଧୀୟ କାର୍ଯ୍ୟପାଇଁ ହ୍ବାଟ୍ସଆପ୍ ରେ ଗ୍ରୁପ୍ ଖୋଲାଯାଉଛି। ତେଣୁ ଲୋକ ଅଫିସରେ କାମ କରିବା ସମୟରେ ମଧ୍ୟ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। କିନ୍ତୁ ଅନେକ ସମୟରେ ହ୍ବାଟ୍ସଆପ୍ ୱେବରେ କୌଣସି ଫାଇଲ୍ ଡାଉନ୍ ଲୋଡ କରିବା ସମୟରେ ବହୁ ସମସ୍ୟାର ଉପୁଜେ। କିଛି ସମୟରେ ତ ଫାଇଲ ଡାଉନଲୋଡ୍ କରିବା ସମୟରେ ଏହା ଫ୍ରିଜ୍ ହୋଇଯାଏ। ତେବେ ଆସନ୍ତୁ କିଛି ଉପାୟ ବିଷୟରେ ଜାଣିବା । ଯାହା ଦ୍ବାରା ଏଭଳି କିଛି ସମସ୍ୟା ସୃଷ୍ଟି ହେଲେ , ଆପଣମାନେ ଏହାକୁ ସହଜରେ ଠିକ୍ କରିପାରିବେ । ଯଦି ଡାଉନଲୋଡ୍ କରିବା ସମୟରେ ଏଭଳି ସମସ୍ୟ ଦେଖାଦିଏ । ତେବେ ପ୍ରଥମେ କମ୍ପୁଟରକୁ ରିଷ୍ଟାର୍ଟ କରନ୍ତୁ। ବ୍ରାଉଜରକୁ ବନ୍ଦ କରି ପୁର୍ନବାର ଏହାକୁ ଖୋଲନ୍ତୁ। ଏହାପରେ ପୁଣି ଥରେ ଡାଉନଲୋଡ୍ କରିବାକୁ ଚେଷ୍ଟା କରନ୍ତୁ। ଯଦି ଠିକ୍ ନ ହେଉଛି , ତେବେ ରିବ୍ୟୁଟ୍ କରନ୍ତୁ। ବେଳେ ବେଳେ ଆମେ ସବୁଠୁ ଛୋଟ ଜିନିଷ ଉପରେ ଧ୍ୟାନ ଦେଇନଥାଉ । ତେଣୁ ଡାଉନଲୋଡ୍ କରିବା ସମୟରେ ଇଣ୍ଟରନେଟ୍ କନେକସନ୍ ଠିକ୍ ଭାବରେ ଆସୁଛି କି ନୁହେଁ ତାହାକୁ ଚେକ୍ କରନ୍ତୁ।  କମ୍ପୁଟରରେ ସମୟ ଏବଂ ତାରିଖ ଠିକ୍ ନଥିଲେ ମଧ୍ୟ ଏସବୁ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ କମ୍ପୁଟରରେ କିଛି ଅଦକାରୀ ଫାଇଲ୍ ରହିଛି , ତାକୁ ଡିଲିଟ୍ କରିଦିଅନ୍ତୁ । ଦେଖିବେ ଏସବୁ ସମସ୍ୟାର ସମ୍ମୁଖୀନ ହେବେନାହିଁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories