ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ ନେବାକୁ ଯାଉଛି । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଓ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ପୁଣି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ପାଟନା ଗାନ୍ଧୀ ମୈଦାନରେ ଦିନ ୧୧ଟାରୁ ୧୨ ଟା ମଧ୍ୟରେ ଶପଥ ନେବାକୁ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ପରେ ଆଗାମୀ ମନ୍ତ୍ରୀମଣ୍ଡଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏନଡିଏ ବିଧାୟକ ଦଳର ପ୍ରତିଦଳକୁ ସଦସ୍ୟ ସଂଖ୍ୟା ଅନୁଯାୟୀ ବିଭାଗ ବଣ୍ଟାଯିବ । ଏହି କ୍ରମରେ ଜେଡ଼ିୟୁ ଓ ବିଜେପି ସମେତ ଏଲଜେପି (ରାମ ବିଳାସ), ଆରଏଲଏମ , ଏଚଏଏମ ର ଅଗଧାଡ଼ିର ବିଧାୟକ ମାନଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି । ସେମାନେ ହେଲେ ଜେଡିୟୁର ବିଜୟ ଚୌଧୁରୀ,ବିଜେନ୍ଦ୍ର ଯାଦବ,ଅଶୋକ ଚୌଧୁରୀ,ଲେସି ସିଂହ,ମଦନ ସାହାନୀ,ଜୟନ୍ତ ରାଜ,ସନ୍ତୋଷ ନିରାଲା,ଶ୍ରବଣ କୁମାର,ଜାମା ଖାନ,ମହେଶ୍ୱର ହଜାରୀ । ବିଜେପିର ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ରଜନୀଶ କୁମାର, ସଞ୍ଜୟ ସରାବଗି, ଜିବେଶ ମିଶ୍ରା , ନୀତିଶ ମିଶ୍ରା, ଡଃ ସୁନୀଲ କୁମାର, ରାଜକୁମାର ଯାଦବ, ବିଜୟ ମଣ୍ଡଳ । ଏଲଜେପିର ରାଜୁ ତିବାରି ,ଆରଏଲଏମର ସ୍ନେହଲତା କୁଶବାହା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ରାମ ମେଘୱାଲ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ନେତା ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ ବିନୋଦ ତାୱଡେ ଏନଡିଏ ବିଧାୟକ ଦଳ ବୈଠକରେ ଉପସ୍ଥିତ ଅଛନ୍ତି ।



