www.samajalive.in
Wednesday, December 10, 2025
16.1 C
Bhubaneswar

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ ନେବାକୁ ଯାଉଛି । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଓ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ପୁଣି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ପାଟନା ଗାନ୍ଧୀ ମୈଦାନରେ ଦିନ ୧୧ଟାରୁ ୧୨ ଟା  ମଧ୍ୟରେ ଶପଥ ନେବାକୁ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ପରେ ଆଗାମୀ ମନ୍ତ୍ରୀମଣ୍ଡଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏନଡିଏ ବିଧାୟକ ଦଳର ପ୍ରତିଦଳକୁ ସଦସ୍ୟ ସଂଖ୍ୟା ଅନୁଯାୟୀ ବିଭାଗ ବଣ୍ଟାଯିବ । ଏହି କ୍ରମରେ ଜେଡ଼ିୟୁ ଓ ବିଜେପି ସମେତ ଏଲଜେପି (ରାମ ବିଳାସ), ଆରଏଲଏମ , ଏଚଏଏମ ର ଅଗଧାଡ଼ିର ବିଧାୟକ ମାନଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି । ସେମାନେ ହେଲେ ଜେଡିୟୁ ବିଜୟ ଚୌଧୁରୀ,ବିଜେନ୍ଦ୍ର ଯାଦବ,ଅଶୋକ ଚୌଧୁରୀ,ଲେସି ସିଂହ,ମଦନ ସାହାନୀ,ଜୟନ୍ତ ରାଜ,ସନ୍ତୋଷ ନିରାଲା,ଶ୍ରବଣ କୁମାର,ଜାମା ଖାନ,ମହେଶ୍ୱର ହଜାରୀ । ବିଜେପିର ନୀତିନ ନବୀନ, ମଙ୍ଗଲ ପାଣ୍ଡେ, ରାମକ୍ରିପାଲ ଯାଦବ, ରଜନୀଶ କୁମାର, ସଞ୍ଜୟ ସରାବଗି, ଜିବେଶ ମିଶ୍ରା , ନୀତିଶ ମିଶ୍ରା, ଡଃ  ସୁନୀଲ କୁମାର, ରାଜକୁମାର ଯାଦବ, ବିଜୟ ମଣ୍ଡଳ ଏଲଜେପିର ରାଜୁ ତିବାରି ,ଆରଏଲଏମର ସ୍ନେହଲତା କୁଶବାହା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ରାମ ମେଘୱାଲ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ନେତା ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ ବିନୋଦ ତାୱଡେ ଏନଡିଏ ବିଧାୟକ ଦଳ ବୈଠକରେ ଉପସ୍ଥିତ ଅଛନ୍ତି ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories