www.samajalive.in
Saturday, December 6, 2025
14.1 C
Bhubaneswar

ଉହାନରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ

ବେଜିଂ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ କୋଭିଡ୍‍ ଭୂତାଣୁର ଉତ୍ପତ୍ତିସ୍ଥଳ ବିଷୟରେ ତଦନ୍ତ କରିବାକୁ ଚୀନ୍‍ର ହୁବେଇ ପ୍ରଦେଶ ସ୍ଥିତ ଉହାନରେ ପହଞ୍ଚିଛନ୍ତି। ଏହି ଟିମ୍‍ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ ଓ ସେହି ସମୟରେ ଚୀନ୍‍ର ବୈଜ୍ଞାନିକମାନଙ୍କ ସହ ବିଚାର ବିମର୍ଷ କରିବେ।

ଚୀନ୍‍ ଜାତୀୟ ସ୍ୱାସ୍ଥ୍ୟ କମିଶନ୍‍ କହିଛି, ବୁଧବାର ଦିନ ହୁବେଇ ପ୍ରଦେଶରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ଦିନ ୧୩୮ ଜଣ କୋଭିଡ୍‍-୧୯ରେ  ସଂକ୍ରମଣ ହୋଇଥିବାର ସେଠାକାର ଜାତୀୟ ସ୍ୱାସ୍ଥ୍ୟ କମିଶନ୍‍ ଜଣାଇଛି। ସେମାନଙ୍କ ମଧ୍ୟରୁ ୧୨୪ ଜଣଙ୍କ ଶରୀରରେ ସ୍ଥାନୀୟ ସ୍ତରରେ ଭୂତାଣୁ ପ୍ରବେଶ କରିଛି। ସେମାନଙ୍କ ମଧ୍ୟରୁ ୮୧ ଜଣ ହୁବେଇ ପ୍ରଦେଶର  ଥିବା ବେଳେ ୪୩ ଜଣ ହେଲଙ୍ଗ୍‍ ଜିଆଙ୍ଗ୍‍ ପ୍ରଦେଶରୁ ରହିଛନ୍ତି।
ଏହାଛଡ଼ା ୭୮ ଜଣ ସଂକ୍ରମିତ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତେଣୁ ଚୀନ୍‍ ସେମାନଙ୍କୁ କୋଭିଡ୍‍ ସଂକ୍ରମିତ ଭାବେ ନାମିତ କରି ନାହିଁ। ମଙ୍ଗଳବାର ଦିନ ମଧ୍ୟ ୧୧୫ ଜଣ ସଂକ୍ରମିତ ହୋଇଥିବାର ଖବର ମିଳିଥିଲା। ବୁଧବାର ଦିନ ସଂକ୍ରମିତ ହୋଇଥିବା ୨୧୬ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ଶରୀରରେ ବାହାରୁ ଭୂତାଣୁ ପ୍ରବେଶ କରିଥିବାର କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories