www.samajalive.in
Monday, December 15, 2025
26.1 C
Bhubaneswar

ସବୁରି ମୁହଁରେ ଗୋଟିଏ ପ୍ରଶ୍ନ, ସୁଦର୍ଶନ ହରିପାଲ କିଏ?

ରେଙ୍ଗାଲି: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଙ୍ଗାଲି ନିର୍ବାଚନମଣ୍ଡଳୀରୁ ସୁଦର୍ଶନ ହରିପାଲଙ୍କ ନାମ ଘୋଷଣା କରିବା ପରେ ପୁରପଲ୍ଲୀରୁ ରାଜଧାନୀ ଯାଏ ସବୁରି ମୁହଁରେ ଗୋଟିଏ ପ୍ରଶ୍ନ ସୁଦର୍ଶନ ହରିପାଲ କିଏ ? ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଖକୁ ଘନଘନ ଫୋନ୍ ସୁଦର୍ଶନ ହରିପାଲ କିଏ? ତାଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କ ଉତ୍କଣ୍ଠା। ଶାସକ ଦଳର ସୁପ୍ରିମୋଙ୍କ ମୁହଁରୁ ସୁଦର୍ଶନ ହରିପାଲ ରେଙ୍ଗାଲି ଆସନ ପାଇଁ ପ୍ରାର୍ଥୀ ବୋଲି ଘୋଷଣା ହେବା ମାତ୍ରେ ବିଜୁଳି ବେଗରେ ଚାରିଆଡେ ଏ ଖବର ପ୍ରସାରିତ ହୋଇ ସୁଦର୍ଶନ ହରିପାଲଙ୍କ ପରିଚୟ ଜାଣିବା ପାଇଁ ସମସ୍ତେ ବ୍ୟଗ୍ର ଯେ, ପ୍ରକୃତରେ ସୁଦର୍ଶନ ହରିପାଲ କିଏ । ଶାସକ ଦଳରୁ ଟିକେଟ ଖଣ୍ଡେ ପାଇବା ସାଧାରଣ କଥା ନୁହେଁ। ରେଙ୍ଗାଲି ଆସନରୁ ବିଜେଡି ଟିକେଟ ପାଇଁ ଅନେକ ରଥୀ ମହାରଥୀ ବିଭିନ୍ନ ନାମୀଦାମୀ ଆଶାୟୀଙ୍କ ପାଇଁ ରାଜଧାନୀରେ ଡେରା ପକାଇ ଲବି କରୁଥିବାବେଳେ ଅନ୍ୟ ଆଶାୟୀଙ୍କଠାରୁ ଅପେକ୍ଷାକୃତ ଅପରିଚିତ ସୁଦର୍ଶନ ହରିପାଲଙ୍କୁ ବିଜେଡି ସୁପ୍ରିମୋ ଟିକେଟ ଦେବା ରାଜନୈତିକ ମହଲ ତଥା ଜନସାଧାରଣରେ ଏବେ ଗଳି କନ୍ଦି ଚା ଦୋକାନ, ପାନ ଦୋକାନ ଆଦି ଖଟିରେ ଚର୍ଚ୍ଚା ଚାଲିଛି ।

ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର

- Advertisement -

ସମ୍ବଲପୁର ଜିଲା ଧନକଉଡା ବ୍ଳକ୍ ଗୋଶାଳା ନିକଟସ୍ଥ ବାବୁବନ୍ଧ ଗ୍ରାମର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ। ୨୦୧୨ ମସିହାରେ ସେ ବିଜେଡିରେ ସାମିଲ ହୋଇଥିଲେ। ୨୦୧୭ରେ ଦଳର ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ହୋଇ ଦଳର ସମସ୍ତ କାର୍ଯ୍ୟକ୍ରମର ନେତୃତ୍ବ ନେଇ ଅଂଶ ଗ୍ରହଣ କରିଥିବାରୁ ୨୦୨୨ ଜିଲାପରିଷଦ ନିର୍ବାଚନରେ ବିଜେଡି ପକ୍ଷରୁ ସୁଦର୍ଶନ ହରିପାଲଙ୍କୁ ଧନକଉଡା ଜୋନ୍ (୨) ଜିଲା ପରିଷଦ ଟିକେଟ ଦିଆଯାଇଥିଲା। ଏଥିରେ ସେ ବିଜୟୀ ହୋଇ ଏବେ ଜିଲା ପରିଷଦ ସଭ୍ୟ ଅଛନ୍ତି । ୧୦ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରୁ ମାତ୍ର ୩ ବର୍ଷ ନିର୍ବାଚନ ଲଢେଇର ଅଭିଜ୍ଞତା ଥିବା ସୁଦର୍ଶନ ହରିପାଲଙ୍କ ଉପରେ ବିିଜେଡି ସୁପ୍ରିମୋ ଆସ୍ଥା ପ୍ରକଟ କରି ବିଧାୟକ ହେବା ପାଇଁ ଟିକେଟ ଦେଇଛନ୍ତି। ସୁଦର୍ଶନ ନିର୍ବାଚନ ସମରରେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସହ ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତା କରିବେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories