www.samajalive.in
Tuesday, December 9, 2025
15.1 C
Bhubaneswar

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ବିଜୟା’ ମୃତ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ବିଜୟା’ର ମୃତ୍ୟୁ। ଗତ ୯ରୁ ଅସୁସ୍ଥ ହୋଇ ନନ୍ଦନକାନନରେ ଚିକିତ୍ସାଧିନ ଥିଲା। ବାଘୁଣୀ ‘ବିଜୟା’ ରୋଗାକ୍ରାନ୍ତ ହେବା ପରେ ନନ୍ଦନକାନନ ଓ ଓୟୁଏଟିର ସ୍ବତନ୍ତ୍ର ୪ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ। ହେଲେ ଡାକ୍ତରୀ ଦଳ ତା’ର ଜୀବନ ରକ୍ଷା କରିବାରେ ବିଫଳ ହୋଇଛନ୍ତି।
ଗତ ୯ତାରିଖରେ କୌଣସି କାରଣକୁ ନେଇ ବାଘୁଣୀ ‘ବିଜୟା’ ଅସୁସ୍ଥ ହୋଇ ପଡ଼ିଥିଲା। ୧୪ତାରିଖରେ ବାଘୁଣୀ ‘ବିଜୟା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବତନ୍ତ୍ର ଏନକ୍ଲୋଜର ଭିତରରେ ରଖି ତା’ର ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା ଚାଲିଥିଲା। ତା’ର ବୟସ ପ୍ରାୟ ୧୨ବର୍ଷ ହୋଇଥିଲା। ଶେଷ ଥର ୩ଟି ଶାବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲା। ଏହି ସମୟରେ ତାକୁ ଚିକିତ୍ସା କରାଯାଇଥିଲା ଏବଂ ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଥିଲା। ହେଲେ ବାଘୁଣୀ ‘ବିଜୟା’ ହଠାତ୍ ପୁଣି ଥରେ ଅସୁସ୍ଥ ହୋଇଥିଲା। ଓୟୁଏଟିର ଏକ ସ୍ବତନ୍ତ୍ର ଡାକ୍ତରୀଦଳ ବାଘୁଣୀ ‘ବିଜୟା’କୁ ଚିକତ୍ସିତ କରୁଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଥିଲା।

କେଉଁ କାରଣ ଯୋଗୁଁ ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଛି, ତାହା ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ବାଘୁଣୀ ‘ବିଜୟା’ ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୫ରେ ପହଞ୍ଚିଛି। ବିଶେଷ କରି ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଧଳା ବାଘ। ଏହି ବାଘକୁ ଦେଖିବାକୁ ପର୍ଯ୍ୟଟକଙ୍କ ଗହଳି ନନ୍ଦନକାନନରେ ଲାଗି ରହିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories