www.samajalive.in
Saturday, December 6, 2025
19.1 C
Bhubaneswar

ଚା’ ଦୋକାନୀଙ୍କ ଝିଅ ଆଞ୍ଚଲ ଏବେ ବାୟୁସେନା ଅଧିକାରୀ

ଭୋପାଳ: କଥାରେ ଅଛି ଯଦି ଜଣେ ଦୃଢ ସଂକଳ୍ପ ରଖି କାର୍ଯ୍ୟ କରେ, ତାର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଦିଗରେ କୌଣସି ବାଧାବିଘ୍ନ ଅଟକାଇ ପାରିବ ନାହିଁ। ଏକଥା ପ୍ରମାଣ କରି ଦେଖାଇଛନ୍ତି ଜଣେ ଚା ’ବିକ୍ରେତାଙ୍କ ୨୪ ବର୍ଷୀୟ ଝିଅ ଆଞ୍ଚଲ ଗଙ୍ଗୱାଲ ଯିଏକି ନିକଟରେ ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ ଅଫିସର ଭାବରେ ଯୋଗ ଦେଇଛନ୍ତି।

ଆଞ୍ଚଲଙ୍କୁ କିଛି ଦିନ ପୂର୍ବରୁ ଭାରତୀୟ ବାୟୁସେନାରେ କମିଶନିଙ୍ଗ କରାଯାଇଥିଲା, କିନ୍ତୁ ଏହା ତାଙ୍କ ପାଇଁ ସହଜ ଯାତ୍ରା ନଥିଲା କାରଣ ବେଳେବେଳେ ତାଙ୍କ ପିତାଙ୍କ ପାଖରେ ଫି ଦେବାକୁ ମଧ୍ୟ ଟଙ୍କା ନଥିଲା। ନିମୁଚ ଜିଲା ବସ ଷ୍ଟାଣ୍ଡରେ ଚା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ତାଙ୍କ ପିତା ସୁରେଶ ଗଙ୍ଗୱାଲ କହିଛନ୍ତି ଯେ ଆଞ୍ଚଲ ବାୟୁସେନାରେ କମିଶନିଙ୍ଗ ପାଇବା ଆମ ପରିବାର ପାଇଁ ଏକ ଗର୍ବର ମୂହୁର୍ତ୍ତ ଥିଲା, କିନ୍ତୁ କରୋନା ଜନିତ କଟକଣା ହେତୁ ଆମେ ତାକୁ ଦୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଦେଖି ପାରିଲୁ ନାହିଁ।

- Advertisement -

ସେ କହିଛନ୍ତି ଯେ ୨୦୧୩ କେଦାରନାଥ ଦୁଖଦଃ ଘଟଣାରେ ଲୋକଙ୍କୁ ସାହାଯ୍ୟ କରିବାରେ ବାୟୁସେନା କର୍ମଚାରୀଙ୍କ ସାହସିକତା ଦେଖିବା ପରେ ତାଙ୍କ ଝିଅ ବାୟୁସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖିଥିଲା। ଯଦିଓ ଆଞ୍ଚଲଙ୍କ ଏହି ସ୍ୱପ୍ନକୁ ସାକାର କରିବା ତାଙ୍କ ପରିବାର ପାଇଁ ସହଜ ନଥିଲା, କିନ୍ତୁ ଆଞ୍ଚଲ ସେଥିପାଇଁ ସଂକଳ୍ପବଦ୍ଧ ଥିଲା ବୋଲି ସେ କହିଛନ୍ତି।

ସେ ପ୍ରଥମରୁ ଜଣେ ମେଧାବୀ ଛାତ୍ରୀ ଥିଲା ଏବଂ ଜଣେ ବାସ୍କେଟବଲ ଖେଳାଳି ମଧ୍ୟ ଥିଲା। କେଦାରନାଥ ଦୁଖଦଃ ଘଟଣା ସମୟରେ ବାୟୁସେନା କର୍ମକର୍ତ୍ତା ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବା ପରେ ସେ ପ୍ରଥମେ ବାୟୁସେନାରେ ଯୋଗଦେବାକୁ ଇଚ୍ଛା କରିଥିଲା ଏବଂ ବର୍ତ୍ତମାନ ତାର ସ୍ୱପ୍ନ ସାକାର ହୋଇଛି ବୋଲି ତାଙ୍କ ପିତା କହିଛନ୍ତି।

 

ସେ କହିଛନ୍ତି ଯେ ଆଇଏଏଫ୍ କର୍ମଚାରୀଙ୍କ ସାହସିକତା ଦ୍ୱାରା ଅନୁପ୍ରାଣିତ ହେବା ପରେ ତାଙ୍କ ଝିଅ କିପରି ପ୍ରତିରକ୍ଷା ବାହିନୀରେ ପ୍ରବେଶ କରିପାରିବେ ସେ ସମ୍ବନ୍ଧରେ ବୁକ୍ ଷ୍ଟଲରୁ ତଥ୍ୟ ସଂଗ୍ରହ କରିଥିଲେ ଏବଂ ସେହି ଦିଗରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ସେ ସଂକଳ୍ପବଦ୍ଧ ଥିଲା ଏବଂ ୫ଥର ଚେଷ୍ଟା କରିବା ପରେ ଷଷ୍ଠ ପ୍ରୟାସରେ ସଫଳତା ପାଇଥିଲା।

ଭୋପାଳଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ନେମୁଚରେ ଗତ ୨୫ ବର୍ଷ ଧରି ଚା ବିକ୍ରି କରୁଥିବା ତାଙ୍କ ପିତାଙ୍କ ପାଇଁ ଏହା ଏତେ ସହଜ ନ ଥିଲା। ସେ କହିଛନ୍ତି ଯେ ସେ କିଭଳି ଝିଅର ସ୍କୁଲ କିମ୍ବା କଲେଜ ଫି ଜମା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫି ଜମା କରିବା ପାଇଁ ତାଙ୍କୁ ଅନେକ ସମୟରେ ଅନ୍ୟମାନଙ୍କଠାରୁ ଋଣ ନେବାକୁ ପଡୁଥିଲା। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ସୁରେଶ ଗଙ୍ଗୱାଲ କହିଛନ୍ତି ଯେ ବେଳେବେଳେ ଫି ଦେବାକୁ ଅର୍ଥ ନ ଥିବାରୁ ସେ ବାହାରକୁ ଯାଇଥିବା ଦର୍ଶାଇବାକୁ ପଡୁଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories