www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ବଦଳାଇଲା ବିବାହ ବେଦୀ : ହ୍ବାଟ୍‌ସ ଆପ୍‌ରେ ‘ନିକାହ’

ଝାରସୁଗୁଡ଼ା : କରୋନା ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌। ପିଲାଙ୍କ ଶିକ୍ଷାଦାନଠୁ ଆରମ୍ଭ କରି, ରାଜନୈତିକ ରାଲି, ମନ୍ତ୍ରୀ ପରିଷଦ ବୈଠକ, ସ୍ଥିତି ସମୀକ୍ଷା ସବୁ କିଛି ଭର୍ଚୁଆଲ ମାଧ୍ୟମରେ ଚାଲିଛି। ଅନଲାଇନରେ ପାଲଟିଛି ପ୍ରମୁଖ ପ୍ଲାଟ୍‌ଫର୍ମ (ମଞ୍ଚ)। ସବୁଠୁ ବଡ଼ କଥା ହେଲା, ବିବାହ ଭଳି କାର୍ଯ୍ୟରେ ମଧ୍ୟ ଅନ୍‌ଲାଇନ୍‌କୁ ଦେଶରେ ପ୍ରଥମଥର ପାଇଁ ଉପଯୋଗ କରି ଓଡ଼ିଶାର ପୁଅ ସହିତ ମହାରାଷ୍ଟ୍ରର ନାଗପୁରର ଜଣେ ଝିଅଙ୍କୁ ହ୍ବାଟସ୍‌ ଆପ୍‌ରେ ପରସ୍ପର ନିକାହ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଝାରସୁଗୁଡ଼ାର ମେହେନ୍ଦି ରାଜା(୩୪) ଓ ନାଗପୁରର କାମଟିର ତେହେରା ବାନୋ(୨୮) ଧାର୍ଯ୍ୟ ବିବାହ ତାରିଖ ନ ଘୁଞ୍ଚାଇବା ପାଇଁ ଭିଡିଓ କଲିଂ ମାଧ୍ୟମରେ ନିକାହ କରିଛନ୍ତି। ପୂର୍ବରୁ ଏମାନେ ବିବାହ କରିବା ଲାଗି ଜୁଲାଇ ୨୨ ତାରିଖ ସ୍ଥିର କରିଥିଲେ। ଜୀବନର ଏହି ଶୁଭ ମୂହୁର୍ତ୍ତକୁ ଉଭୟ ଅପେକ୍ଷା କରିଥିଲେ। ଏନେଇ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ହେଲେ କରୋନା ବିଗାଡିଲା ସବୁକିଛି। ମହାରାଷ୍ଟ୍ର କରୋନାର ମୁଖ୍ୟ ହଟ୍‌ସ୍ପଟ୍‌ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ ବଢିଚାଲିଛି। ଫଳରେ ଉଭୟଙ୍କ ପାଇଁ ଥିଲା ଦୁଇଟି ରାସ୍ତା। ପ୍ରଥମତଃ ବିବାହ ତାରିଖ ଘୁଞ୍ଚାଇବା ଓ ଭଲ ସମୟକୁ ଅପେକ୍ଷା କରିବା, ନଚେତ୍‌ ପୂର୍ବ ନିର୍ଦ୍ଧାରିତ ଦିନରେ ନିକାହା କରିବା। ଶେଷରେ ଦ୍ବିତୀୟ ସୁଯୋଗକୁ ବାଛିଲେ ଉଭୟ ରାଜା ଓ ବାନୋ।
ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ମେହେନ୍ଦି କହନ୍ତି, ନିକାହ ପାଇଁ ମାର୍ଚ୍ଚରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଲକଡାଉନ ପାଇଁ ଘୁଞ୍ଚାଇ ଦେଇଥିଲେ। ଲକଡାଉନ ସାମାନ୍ୟ କୋହଳ ହୋଇଥିଲେ ହେଁ ମହାରାଷ୍ଟ୍ର ହଟସ୍ପଟ ଥିବାରୁ ଏଠାରୁ ବରଯାତ୍ରୀ ନେଇଯିବା ଅଥବା କନ୍ୟାପକ୍ଷ ଏଠାକୁ ଆସି ନିକାହ ସମ୍ପନ୍ନ କରିବା ସମ୍ଭବ ନଥିଲା। ଆନ୍ତଃ ରାଜ୍ୟ ଗମନାଗମନ କଲେ ୧୪ଦିନିଆ ପୃଥକବାସ ବାଧ୍ୟତାମୂଳକ ଥିବାରୁ ଅଲଲକ-୨ରେ ମଧ୍ୟ କେହି ଯିବା ଆସିବା କରି ପାରିନଥିଲେ। ଏ ସଂକ୍ରାନ୍ତରେ ଉଭୟ ପକ୍ଷ ମୌଲବୀ ମାନଙ୍କ ସହ ଯୋଗାଯୋଗ କରିବା ପରେ ଭିଡିଓ କଲିଂରେ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା। ଝାରସୁଗୁଡ଼ାରେ ମେହେନ୍ଦି ରାଜା ସେହରା ପିନ୍ଧି ବର ବେଶରେ ପ୍ରସ୍ତୁତ ହୋଇଥିବା ବେଳେ କନ୍ୟା ତେହେରିନ ବାନୋ ନାଗପୁରରେ ସାଦି କା ଯୋଡ଼ା ଓ ବଧୂ ବେଶରେ ସଜେଇ ହୋଇ ରହିଥିଲେ। ବର ମେହେନ୍ଦି ରାଜା କହିଛନ୍ତି ନାଗପୁରର କାମଟିର ମୌଲାନା ମୁସଲିମ ରାଜାଙ୍କ ଉପସ୍ଥିତିରେ ହ୍ୱାଟ୍ସଆପ୍‌ ଭିଡିଓ କଲ ଜରିଆରେ ଆମେ ବିବାହର ସଂକଳ୍ପ କରିଥିଲୁ। କରୋନା କଟକଣା ସରିବା ପରେ ଭୋଜିଭାତ କରିବୁ ବୋଲି କହିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories