ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ : ୩୪% ଆସନରେ ତୃଣମୂଳ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱ ଶାସକ ତୃଣମୂଳ କଂଗ୍ରେସ ୩୪% ଆସନରେ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଛି। ସୋମବାର ପ୍ରାର୍ଥିପତ୍ର ଯାଞ୍ଚରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟର ୪୮,୬୫୦ ଗ୍ରାମ ପଞ୍ଚାୟତ ଆସନରୁ ୧୬, ୮୧୪ଟି ଆସନରେ ତୃଣମୂଳ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛି। ସେହିପରି ୯୨୧୭ ପଞ୍ଚାୟତ ସମିତି ଆସନର ୩,୦୫୯ଟି ଆସନ ଏବଂ ୮୨୫ ଜିଲା ପରିଷଦ ଆସନର ୨୦୩ଟି ଆସନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ତୃଣମୂଳ କଂଗ୍ରେସ ଯେଉଁ ଆସନରେ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛି ସେହିସବୁ ଆସନ ଗୁଡିକ ବୀରଭୂମ, ବାଙ୍କୁରା, ମୁର୍ସିଦାବାଦ ଓ ଦକ୍ଷିଣ ୨୪ପ୍ରଗଣା ଜିଲା ଅନ୍ତର୍ଗତ। ଏପ୍ରିଲ ୨୮ ପ୍ରାର୍ଥôପତ୍ର ପ୍ରତ୍ୟାହାରର ଶେଷ ତାରିଖରେ ତୃଣମୂଳ କଂଗ୍ରେସର ୯୫୭୪ ପ୍ରାର୍ଥୀ, ବିଜେପିର ୫୫୭୪, ସିପିଆଇଏମର ୩୧୨୭ ଓ କଂଗ୍ରେସର ୧୭୩୮ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ। ସେହିପରି ୨୩,୬୧୯ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ମେ ୧୪ରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ମେ ୧୭ରେ ଭୋଟ ଗଣତି ହେବ।

Leave A Reply