www.samajalive.in
Wednesday, December 10, 2025
18.1 C
Bhubaneswar

ମୃତ୍ୟୁଯନ୍ତା ପାଲଟିଛି ୨୦ ନଂ ଜାତୀୟ ରାଜପଥ, ଟ୍ରଲର ଧକ୍କାରେ ଗଲା ୩ ଜୀବନ

ପାଟଣା : ୨୦ ନଂ ଜାତୀୟ ରାଜପଥ ମୃତ୍ୟୁଯନ୍ତା ପାଲଟିଛି । ଢେଙ୍କିକୋଟରୁ ସାନବରବେଡା ପର୍ଯ୍ୟନ୍ତ ୨ ଲେନ ରାସ୍ତାରେ ଏବେ ଯାନବାହନ ଉଭୟ ଯିବା ଆସିବା କରୁଛନ୍ତି । ଲଙ୍ଗଳକଣ୍ଟି ପାର୍ଶ୍ଵ ୨ ଲେନକୁ ଏବେ ସେଠାରେ ଗଳାବାଟ ଓ ସର୍ଭିସ୍ ରୋଡ ନିର୍ମାଣ ପାଇଁ ବନ୍ଦ ରଖାଯାଇଥିବା ବେଳେ ଟିକିରା ପାର୍ଶ୍ଵରେ ଯାନବାହନ ଚଳାଚଳ କରୁଛନ୍ତି । ଗୋଟିଏ ୨ ଲେନ ରାସ୍ତା ଚାଲୁ ରଖି ସେଠାରେ ଉଭୟ ଯିବା ଆସିବା ଚାଲୁ ରହିଛି । ସାନବରବେଡା ନିକଟରୁ ସୃଷ୍ଟି ହୋଇଥିବା ଡାଇଭର୍ସନଟି ଦୀର୍ଘ ୩ କିଲୋମିଟର ହୋଇଥିବାରୁ ଉଭୟପଟର ଯାନବାହନ ଚଳାଚଳ ଦ୍ଵାରା ଦୁର୍ଘଟଣାର ଯଥେଷ୍ଟ ଭୟ ରହୁଛି । ଏହି ସମସ୍ୟାର ତୁରନ୍ତ ପ୍ରତିକାର କରାନଗଲେ ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି।

ଗୋଟିଏ ରାସ୍ତାରେ ସମସ୍ତ ଗାଡି ଯିବା ଆସିବା ଦ୍ଵାରା ବାଇକ, ସାଇକେଲ ହେଉ କି ସାଧାରଣ ବାଟୋଇ, ହାଲୁକା ଯାନ, ଭାରୀଯାନ, ଟ୍ରଲର ସବୁ ଢେଙ୍କିକୋଟରୁ ବରବେଡା ପାର୍ଶ୍ଵ ୨ ଲେନରେ ଯାତାୟାତ କରୁଛନ୍ତି । ଏହି କାରଣରୁ ଆଜି ଅପରାହ୍ନ ୪ ଟା ସମୟରେ ଏହି ରାସ୍ତାରେ ଘଟଗାଁ ପଟୁ କେନ୍ଦୁଝର ଆଡକୁ ଯାଉଥିବା ଏକ ଟ୍ରଲର ସମ୍ମୁଖ ଭାଗ ଢେଙ୍କିକୋଟରୁ ନିଜ ଗ୍ରାମକୁ ଫେରୁଥିବା ଏକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।  ମୃତକ ସାନବରବେଡା ଗ୍ରାମର ମହେଶ୍ୱର ନାଏକ, ବଡମସିଣାବିଲ୍ଲା ଗ୍ରାମର କାହ୍ନୁଚରଣ ମୁଣ୍ଡା  ଓ ବଳଭଦ୍ର ଖଟୁଆ ବୋଲି ସୂଚନା ମିଳିଛି । ସମସ୍ତଙ୍କୁ ଏନଏଚ୍ ପେଟ୍ରୋଲିଂ ଗାଡିରେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି ।  ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କଲେ । ଅପରପକ୍ଷରେ ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷର ଦାୟିତ୍ଵହୀନତା ଏବଂ ଅବହେଳା ଯୋଗୁଁ ୩ ଟି ଜୀବନ ଅକାଳରେ ଯାଇଛି ବୋଲି ଏଠାରେ ମତ ପ୍ରକାଶ ପାଇଛି। ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିବା ଟ୍ରଲରକୁ ଖଣ୍ଟଘର ପଥକର ଫାଟକ ନିକଟରେ ଅଟକ ରଖାଯିବା ସହ ପୁଲିସ ତାକୁ ଜବତ କରିଛି । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାର ତଦନ୍ତ କରୁଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories