www.samajalive.in
Monday, December 8, 2025
27.1 C
Bhubaneswar

ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତି  

ଗୋପାଳପୁର: ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ଡ଼. ପ୍ରିୟଦର୍ଶନ ପାତ୍ର ନୂତନ କୁଳପତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା  ପୂର୍ବରୁ ଡକ୍ଟର ପାତ୍ର ଅସ୍ଟିନସ୍ଥିତ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ପିଏଚ.ଡି, ଆମହର୍ସ୍ଟସ୍ଥିତ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟରୁ ଏମ୍ଏସ୍ ଏବଂ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ବି. ଟେକ ଶିକ୍ଷା ଲାଭ କରିଛନ୍ତି। ଡକ୍ଟର ପାତ୍ରଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ବ ଗବେଷଣା, ଏକାଡେମିକ୍ ଓ ପ୍ରଶାସନିକ ନେତୃତ୍ୱର ଅଭିଜ୍ଞତା ରହିଛି। ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପୂର୍ବରୁ ସେ ଡିଆଇଟି ବିଶ୍ୱବିଦ୍ୟାଳୟର ପ୍ରୋ କୁଳପତି ଏବଂ ପ୍ରଫେସର ଭାବେ କାର୍ୟ୍ୟ କରିଥିଲେ, ଇଣ୍ଟେଲ୍ କର୍ପୋରେସନ୍ (ୟୁଏସ୍ଏ)ର ଗବେଷଣା ଓ ବିକାଶ ବିଭାଗର ମୁଖ୍ୟ ସ୍ଥପତି ତଥା ବୈଜ୍ଞାନିକ, ୟୁପିଇଏସ ୟୁନିଭର୍ସିଟିର ଡିନ୍ ଅଫ୍ କମ୍ପ୍ୟୁଟର ସାଇନ୍ସ ଏବଂ ଜେଭିୟର୍ ୟୁନିଭର୍ସିଟିର ଡିନ୍ ଅଫ୍ ରିସର୍ଚ୍ଚ ଭାବେ କାର୍ଯ୍ୟରତ ଥିଲେ।
ଡ଼. ପାତ୍ର ୮୦  ପତ୍ରିକା ପ୍ରକାଶନ, ପାଞ୍ଚଟି ବୈଜ୍ଞାନିକ ପୁସ୍ତକ, ୧୩ଟି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆନ୍ତର୍ଜାତିକ ପେଟେଣ୍ଟ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ପ୍ରବନ୍ଧ ରଚନା କରିଛନ୍ତି। ତାଙ୍କର ଗବେଷଣା ରୁଚି ମଧ୍ୟରେ ଭିଏଲଏସଆଇ, ଆପ୍ଲିକେସନ ଅଫ ମେସିନ ଲର୍ଣ୍ଣିଂ, ବିଗ୍ ଡାଟା ଆଣ୍ଡ କ୍ଲାଉଡ କମ୍ପ୍ୟୁଟିଂ ଏବଂ ଲୋ ପାବାର ଆଣ୍ଡ ଇଣ୍ଟେଲିଜେଣ୍ଟ ସିଷ୍ଟମର ଡିଜାଇନ ସାମିଲ ରହିଛି। ଏହି ଅବସରରେ ଡ଼ ପାତ୍ର ଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ନିଷ୍ଟ ବିଶ୍ୱବିଦ୍ୟାଳୟକୁ ଓଡ଼ିଶା ତଥା ଭାରତରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର ଭାବେ ପରିଚିତ କରିବା ପାଇଁ ସମସ୍ତ ଙ୍କ ସହଯୋଗ ରେ ପ୍ରୟାସ କରିବେ ବୋଲି ମତପୋଷଣ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories