www.samajalive.in
Friday, December 12, 2025
23.1 C
Bhubaneswar

ପଶ୍ଚିମବଙ୍ଗ ନିର୍ବାଚନ – ଏପଟେ ପ୍ରଚାର ସରଗରମ, ସେପଟେ ହିଂସାଗ୍ରସ୍ତ କୁଚ୍‍ବିହାରରେ ୭୨ ଘଣ୍ଟିଆ ପ୍ରବେଶ କଟକଣା

ପଶ୍ଚିମବଙ୍ଗର ହିଂସାଗ୍ରସ୍ତ କୁଚ୍‍ବିହାର ଜିଲ୍ଲାରେ ଆଗାମୀ ୭୨ ଘଣ୍ଟା ପାଇଁ ରାଜନେତାମାନଙ୍କ ପ୍ରବେଶ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏଭଳି କଟକଣା ଜାରି କରାଯାଇଛି। ପ୍ରଥମେ ୪୮ଘଣ୍ଟା ପାଇଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପରେ ନିର୍ବାଚନ କମିଶନ ଏହାକୁ ୭୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି। ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜାରି ରହିଥିବା ବେଳେ କୁଚ୍‍ବିହାର ଜିଲ୍ଲାରେ ଉତ୍ତେଜନା ଓ ହିଂସା ଦେଖାଦେଇଥିଲା। ତେଣୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଏହି ଅଞ୍ଚଳରେ ୭୨ ଘଣ୍ଟିଆ କଟକଣା ଜାରି କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ପୁଲିସ୍‍ ମହାନିର୍ଦ୍ଦେଶକ, ଜିଲ୍ଲା ମାଜିଷ୍ଟ୍ରେଟ୍‍ ଏବଂ କୁଚ୍‍ବିହାର ପୁଲିସ୍‍ ଏସ୍‍ପିଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଏବଂ କେତେକ ରାଜ୍ୟର ଉପନିର୍ବାଚନ ନିମନ୍ତେ ପ୍ରଚାର ଅଭିଯାନ ଜୋରସୋରରେ ଆଗେଇ ଚାଲିଛି। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ବିଜେପି ଦୁର୍ନୀତି ଓ ତୁଷ୍ଟିକରଣ ରାଜନୀତିର ଅଭିଯୋଗ ଆଣିଥିବାବେଳେ ତୃଣମୂଳ ପକ୍ଷରୁ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମାଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଜେପି ପଶ୍ଚିମବଙ୍ଗରେ ‘ସବ୍‍କା ସାଥ୍‍, ସବ୍‍କା ବିକାଶ’ ବିଚାରଧାରା ସହ କାର୍ଯ୍ୟ କରୁଛି।

- Advertisement -

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଗତକାଲି ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ପଣ୍ଡିତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବିଚାରଧାରା ଆଧାରରେ ବିଜେପି ପଶ୍ଚିମବଙ୍ଗରେ ଏକ ନୂଆ ଓ ଶାନ୍ତିପୂର୍ଣ୍ଣ ରାଜନୈତିକ ପରିବେଶ ସୃଷ୍ଟି କରିବା ସହିତ ରାଜ୍ୟରୁ ସମସ୍ତ ଦୁର୍ନୀତି ଓ ଅନୁପ୍ରବେଶକୁ ହଟାଇବ। ଶୀତଲକୋଚି ଘଟଣା ପାଇଁ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ଶ୍ରୀ ମୋଦୀ ସିଲିଗୁଡିର କାୱାଖାଲିଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇଥିଲେ। ‘ଅସୋଲ ପୋରିବର୍ତ୍ତନ ଓ ସୋନାର ବାଂଗଲା’ ପ୍ରତିଷ୍ଠା ନିମନ୍ତେ ବିଜେପିକୁ ସମର୍ଥନ କରିବା ସକାଶେ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ତୃଣମୂଳ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଉତ୍ତର ଚବିଶପର୍ଗଣା ଜିଲ୍ଲାର ତିନୋଟି ସ୍ଥାନରେ ନିର୍ବାଚନୀ ସଭା କରିଥିଲେ। ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ୧୭ତାରିଖ ଦିନ ପଶ୍ଚିମବଙ୍ଗର ୪୫ଟି ବିଧାନସଭା ଆସନ ପାଇଁ ଭୋଟ ନିଆଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଏବଂ କର୍ଣ୍ଣାଟକର ବେଲଗାଁଓ ଲୋକସଭା ଆସନ ସହିତ ବିଭିନ୍ନ ରାଜ୍ୟରେ ୧୪ଟି ବିଧାନସଭା ଆସନ ନିମନ୍ତେ ୧୭ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଅଭିଯାନ ଜାରି ରହିଛି।

ଯେଉଁ ସବୁ ବିଧାନସଭା ଆସନଗୁଡିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ ସେଥିରେ ରାଜସ୍ଥାନରୁ ତିନୋଟି ଆସନ ରହିଥିବା ବେଳେ କର୍ଣ୍ଣାଟକରୁ ୨ଟି, ଗୁଜରାଟ, ଝାଡଖଣ୍ଡ,ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ, ଓଡିଶା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରୁ ଗୋଟିଏ ଲେଖାଏଁ ଆସନ ରହିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories