www.samajalive.in
Friday, December 12, 2025
26.1 C
Bhubaneswar

ସାରା ଦେଶରେ ଆରମ୍ଭ ହେଲା ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’

କରୋନା ମୁକାବିଲା ପାଇଁ ଚାରିଦିନିଆ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି। ଏହି ଗଣ ଟିକାକରଣ ଉତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଗୁରୁବାର ଦିନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ଗଣ ଟିକାଦାନ କାର୍ଯ୍ୟକ୍ରମ ଟିକା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଥିଲେ। ଆଜି ହେଉଛି ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କର ଜନ୍ମଦିନ ଏବଂ ୧୪ତାରିଖ ହେଉଛି ବାବା ସାହେବ ଆମ୍ବେଦକରଙ୍କ ଜନ୍ମଦିନ। ତେଣୁ ଏହି ଚାରିଦିନ ମଧ୍ୟରେ ଅଧିକରୁ ଅଧିକ ସଂଖ୍ୟାରେ ଟିକାଦାନ ପାଇଁ ଏହି ଉତ୍ସବ ଆୟୋଜନ କରାଯାଉଛି।

- Advertisement -

କୋଭିଡ୍‍ ଟିକା ପାଇଁ ପଞ୍ଜୀକରଣ କରିବା ଲାଗି ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିବା ସକାଶେ ଆଗେଇ ଆସିବାକୁ ଏହି ଅବସରରେ ଶ୍ରୀ ମୋଦୀ ଯୁବକମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଆରୋଗ୍ୟ ସେତୁ ଆପ୍‍ ଓ କୋ-ୱିନ୍‍ ପୋର୍ଟାଲ୍‍ ମାଧ୍ୟମରେ ସବୁ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବାପାଇଁ ପଞ୍ଜୀକରଣ କରିପାରିବେ। ଟିକାଦାନ କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରିବା ସୁବିଧା ମଧ୍ୟ ଉପଲବ୍ଧ ରହିଛି। ବହୁମାତ୍ରାରେ ଟିକା ନେବାପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।

ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ୪ଟି ନୀତି ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଲୋକ-ଗୋଟିଏ ଟିକା, ପ୍ରତ୍ୟେକ ଲୋକ- ଜଣକୁ ଚିକିତ୍ସା, ଜଣେ ଲୋକ-ଜଣକୁ ବଞ୍ଚାଇବ ଏବଂ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ମାଧ୍ୟମରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ଉତ୍ସବ କରୋନା ମହାମାରୀ ବିରୁଦ୍ଧରେ ଆଉ ଏକ ପ୍ରମୁଖ ଲଢ଼େଇର ଶୁଭାରମ୍ଭ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଆଦୌ ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ ନାଗରିକମାନଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଟିକାଦାନ ଅଭିଯାନର ସର୍ବାଧିକ ଦକ୍ଷତାକୁ ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories