ସିଲିଗୁଡି: ପଶ୍ଚିମବଙ୍ଗର ସିଲିଗୁଡିରେ ଥିବା ଏକ ସରକାରୀ ମେଡିକାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସିଲିଗୁଡିସ୍ଥିତ ‘ନାର୍ଥ ବଙ୍ଗାଳ ମେଡିକାଲ କଲେଜ ଏବଂ ହସ୍ପିଟାଲ’ରେ ଥିବା ସିସିୟୁ(କୋରୋନରୀ କେୟର ୟୁନିଟ୍)ରେ ନିଆଁ ଲାଗିଛି। ଏଥିରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ପିଟାଲ ବାହାରକୁ ସୁରକ୍ଷିତ ଭାବରେ ବାହାର କରାଯାଉଛି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
Popular Categories



