www.samajalive.in
Saturday, December 6, 2025
15.1 C
Bhubaneswar

ଆତ୍ମାର ଓଜନ ୨୧ ଗ୍ରାମ୍‌ !

ସମାଜ ଡିଜିଟାଲ ଡେସ୍କ: ଶରୀର ଏବଂ ଆତ୍ମାକୁ ନେଇ ବିଜ୍ଞାନଠାରୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ଅନେକ ପରୀକ୍ଷଣ କରାଯାଇଛି। ଆଜି ପର୍ଯ୍ୟନ୍ତ ଏକଥା ସଠିକ୍‌ ଭାବେ କେହି ଜାଣିପାରି ନାହାନ୍ତି ଯେ, ପ୍ରକୃତରେ ଆତ୍ମା ​​କ’ଣ ଏବଂ ମୃତ୍ୟୁ ପରେ ଏହା କିପରି ଶରୀରରୁ ବାହାରିଯାଏ। ବିଜ୍ଞାନ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ ଯେ, ଆତ୍ମା ଭଳି ଏକ ଜିନିଷ ଅଛି ଯାହା ଶରୀରରେ ପ୍ରବେଶ କରେ ଏବଂ ବାହାରିଯାଏ। କିନ୍ତୁ ଏକ ଗବେଷଣାରେ ଏହା ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା ଯେ ଆତ୍ମାର ମଧ୍ୟ ଓଜନ ଅଛି।

ଆତ୍ମାର ସିଦ୍ଧାନ୍ତ ଦୁନିଆର ସମସ୍ତ ଧାର୍ମିକ ଗ୍ରନ୍ଥରେ ସ୍ବୀକାର କରାଯାଇଛି। ଏହି ସିଦ୍ଧାନ୍ତ ଉପରେ କାମ କରି ୧୯୦୯ ମସିହାରେ ଡଙ୍କାନ୍ ମ୍ୟାକ୍‌ଡୋଗଲ୍ ନାମକ ଜଣେ ଡାକ୍ତର ତାଙ୍କର ଚାରି ସହକର୍ମୀଙ୍କ ସହ ଏକ ପରୀକ୍ଷା କରିଥିଲେ। ମୃତ୍ୟୁର ଅତି ନିକଟତର ହୋଇଥିବା କିଛି ରୋଗୀଙ୍କ ଉପରେ ସେ ଏହି ପରୀକ୍ଷଣ କରିଥିଲେ। ସେମାନେ ମୃତ୍ୟୁ ପୂର୍ବରୁ ଏବଂ ପରେ ତାଙ୍କ ଓଜନ ନେଇଥିଲେ, ଯେଉଁଥି​‌ରେ କି ଯଥେଷ୍ଟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା।

- Advertisement -

ଏହି ପରୀକ୍ଷଣର ନେତୃତ୍ୱ ନେଇଥିବା ଡା. ଡଙ୍କାନ୍ ମ୍ୟାକ୍‌ଡୋଗଲ୍‌ଙ୍କ ଅନୁଯାୟୀ ମୋଟ ୬ଜଣ ରୋଗୀଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା, ଯେଉଁମାନଙ୍କ ଓଜନ ମୃତ୍ୟୁ ପୂର୍ବରୁ ଏବଂ ପରେ ଭିନ୍ନ ଥିଲା। ଏହି ପାର୍ଥକ୍ୟ ମାତ୍ର ୨୧ ଗ୍ରାମର ଥିଲା। ହ୍ରାସ ପାଇଥିବା ୨୧ ଗ୍ରାମ୍ ଓଜନକୁ ଆତ୍ମାର ଓଜନ ଭାବରେ ବିବେଚନା କରାଗଲା, କାରଣ ଏହା ସମସ୍ତ ରୋଗୀଙ୍କ କ୍ଷେତ୍ରରେ ସମାନ ଥିଲା। ଯଦିଓ ରୋଗୀମାନଙ୍କ ଓଜନ ଭିନ୍ନ ଭିନ୍ନ ଥିଲା, କିନ୍ତୁ ମୃତ୍ୟୁ ପରେ ସମସ୍ତଙ୍କ ଓଜନ ୨୧ ଗ୍ରାମ ହ୍ରାସ ପାଇଥିଲା। ଡା. ଡଙ୍କାନ୍ ଏହାକୁ ପୁନର୍ବାର ଯାଞ୍ଚ କରିବା ପାଇଁ କୁକୁରମାନଙ୍କ ଉପରେ ମଧ୍ୟ ପରୀକ୍ଷଣ କରିଥଇଲେ, କିନ୍ତୁ ଏଥର ଫଳାଫଳ ଅଲଗା ଥିଲା। ମୃତ୍ୟୁ ପୂର୍ବରୁ ଓ ପରେ କୁକୁରମାନଙ୍କ ଓଜନରେ କୌଣସି ପାର୍ଥକ୍ୟ ନଥିଲା।

କୁକୁରମାନଙ୍କ ଉପରେ ପରୀକ୍ଷଣ କରିବା ପରେ ସେହି ସିଦ୍ଧାନ୍ତ ବିଷୟରେ ଆଲୋଚନା ହୋଇଥିଲା ଯେଉଁଥିରେ ଅନେକ ଲୋକ କୁହନ୍ତି ଯେ, ପଶୁମାନଙ୍କର ଆତ୍ମା ​​ନାହିଁ। ହେଲେ ସନାତନ ଧର୍ମ ଏବଂ ବୈଜ୍ଞାନିକଙ୍କ ମତରେ ପ୍ରତ୍ୟେକ ଜୀବଙ୍କର ଆତ୍ମା ​​ଥାଏ, ଯଦ୍ବାରା ସେ ଚଲାବୁଲା କରିଥା’ନ୍ତି। ଡା. ଡଙ୍କାନଙ୍କ ଆତ୍ମା ​​ଗବେଷଣାକୁ ଦୁନିଆର ଅନେକ ଡାକ୍ତର ଗ୍ରହଣ କରିବାକୁ ମନା କରିଦେଇଥିବାବେଳେ ବୈଜ୍ଞାନିକମାନେ ମଧ୍ୟ ଏଥିରେ ସହମତ ହୋଇନଥିଲେ ଏବଂ ସମଗ୍ର ବିଷୟକୁ କେବଳ ନିଜର ପ୍ରଚାର ପ୍ରସାର ବୋଲି ଆଖ୍ୟା ଦେଇଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories