ସାପ୍ତାହିକ ରାଶିଫଳ -ଏହି ରାଶିଙ୍କର ରବିବାର ଓ ସୋମବାର ଆୟ ବୃଦ୍ଧି

ମେଷ- ରବିବାର ଓ ସୋମବାର ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆନନ୍ଦ ଲାଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଋଣଭାର ବୃଦ୍ଧି ହେବ। ସମସ୍ୟାଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ନୂତନ କାର୍ଯ୍ୟ ଆରମ୍ଭ କରିବେ। ସାମାଜିକ ପଦମର୍ଯ୍ୟାଦା ବୃଦ୍ଧି ହେବ। ପଦୋନ୍ନତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବଗଳାମୁଖୀଙ୍କ ମନ୍ତ୍ର ଜପ କରନ୍ତୁ।

ବୃଷ- ରବିବାର ଓ ସୋମବାର ପ୍ରତିଷ୍ଠା ଲାଭ କରିବେ। ବ୍ୟବସାୟରେ ସଫଳତା ଲାଭ କରିବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବେ। ଉଚ୍ଚରିସ୍ତ କର୍ମଚାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ଶୁକ୍ରବାର ଓ ଶନିବାର ବନ୍ଧୁ ବାନ୍ଧବଙ୍କ ଗହଣରେ ସମୟ କଟିବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତି କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।

ମିଥୁନ- ରବିବାର ଓ ସୋମବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର ପାରିବାରିକ ସମସ୍ୟା ଦୂର ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀନାରାୟଣଙ୍କ ମନ୍ତ୍ରପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।

କର୍କଟ- ରବିବାର ଓ ସୋମବାର ଅସ୍ଥିରମନା ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ମାଲିମକଦ୍ଦମାରେ ପରାସ୍ତ ହେବେ। ଋଣଗ୍ରସ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ- ରବିବାର ଓ ସୋମବାର ନୂତନ ଯାନବାହନ କ୍ରୟ କରିପାରନ୍ତି। ପିଲାମାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ବିପଦରେ ପଡ଼ିପାରନ୍ତି। ଶତ୍ରୁଦ୍ବାରା ପରାଭୂତ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମଫଳ ପ୍ରାପ୍ତି ହେବ। ଆୟ ଓ ବ୍ୟୟ ସମାନ ରହିବ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା- ରବିବାର ଓ ସୋମବାର ବିବାଦରେ ପଡିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବିବେକ ଅନୁମୋଦିତ କାର୍ଯ୍ୟ କରି ପ୍ରଶଂସିତ ହେବେ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ଶୁକ୍ରବାର ଓ ଶନିବାର ସମସ୍ୟା ଦେଇ ଗତି କରିବେ। ଦ୍ରବ୍ୟ ଚୋରି ହୋଇପାରେ। ଯାତ୍ରାକାଳୀନ ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।

ତୁଳା- ରବିବାର ଓ ସୋମବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ଦେଇ ଗତି କରିବ। ଉପରିସ୍ତ କର୍ମଚାରୀଙ୍କ ଦ୍ବାରା ଭର୍ସିତ ହେବେ। ବିବାଦରେ ଛନ୍ଦି ହୋଇପଡ଼ିବେ। ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ସମସ୍ୟାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ଓ ଜଳାଧିବାସ କରନ୍ତୁ।

ବିଚ୍ଛା ରବିବାର ଓ ସୋମବାର ଆଘାତପ୍ରାପ୍ତ ହୋଇପାରନ୍ତି। ସ୍ଥିରଚିତ୍ତ ହୋଇ କାର୍ଯ୍ୟ କରିବା ବାଞ୍ଛନୀୟ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ନିଯୁକ୍ତି ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ଦାମ୍ପତ୍ୟରେ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଜରଙ୍ଗବାଣ ପାଠ କରନ୍ତୁ।

ଧନୁ- ରବିବାର ଓ ସୋମବାର ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶତ୍ରୁକୁ ପରାସ୍ତ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାମାଜିକ କାର୍ଯ୍ୟରେ ଯୋଗଦେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ଲାଭ କରିବେ। ଲାଞ୍ଚ ମିଛଠାରୁ ଦୂରେଇ ରହିଲେ ଭଲ। ମହିଳା ଓ ବିଦ୍ୟାର୍ଥୀ ବିରୋଧାବାସର ସମ୍ମୁଖୀନ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

ମକର- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ବନ୍ଧୁଙ୍କ ସହଯୋଗ ଲୋଡ଼ିବେ। ସୁସମ୍ବାଦ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ଯାତ୍ରାଜନିତ କ୍ଳେଶ ଅନୁଭୂତି ହେବ। ଆପଣଙ୍କ ବ୍ୟକ୍ତିତ୍ବ ଆପଣଙ୍କ ଭୂଷଣ ହେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ ଓ ବସ୍ତ୍ର ଦାନ କରନ୍ତୁ।

କୁମ୍ଭ -ରବିବାର ଓ ସୋମବାର ଅସୁସ୍ଥତା ଦେଖାଦେବ। ଅର୍ଥହାନି ହୋଇପାରେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଶ୍ରୀଯୁକ୍ତ ହେବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଅଯଥା ହସ୍ତକ୍ଷେପ କରନ୍ତୁ ନାହିଁ। ବିପଦରେ ପଡ଼ିପାରନ୍ତି। ମାନସିକ ଅବସାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।

ମୀନ- ରବିବାର ଓ ସୋମବାର ଯାତ୍ରାଜନିତ ଦୁର୍ଘଟଣାର ସମ୍ମୁଖୀନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପାରିବାରିକ ଶାନ୍ତି ବିରାଜମାନ ହେବ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ। nn

Comments are closed.